କନକ ବ୍ୟୁରୋ : ଏଟିଏମ୍ କାଟି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ସୋରୋ, ମଙ୍ଗଳପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍ କାଟି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଗଲେ ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ପୋଲିସ ଘଟଣା ସ୍ଥଳରେ ପହଁଚି ଆରମ୍ଭ କରିଛି ତନାଘନା । ବାରମ୍ବାର ଏଟିଏମ୍ ଲୁଟ୍ ଘଟଣା ସାମ୍ନାକୁ ଆସୁଥିଲେ ବି ଚୋରଙ୍କୁ ଧରିବାରେ ପୋଲିସ ଫେଲ ମାରୁଥିବା ଅଭିଯୋଗ ।
ସେପଟେ ଏଟିଏମ୍ ଲୁଟର ପର୍ଦ୍ଦାଫାସ କରିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏକ ବୋଲେର ଗାଡିରେ ଆସିଥିଲେ ଲୁଟେରା । ସମୟ ୫ଟାରୁ ୫.୩୦ ମଧ୍ୟରେ ଆସି ଲୁଟ୍ ଘଟଣା ଘଟାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ଏଟିଏମରେ ସୁରକ୍ଷାକର୍ମୀ କାହିଁକି ନଥିଲେ ସେନେଇ ପ୍ରଶ୍ନ ଉଠିଛି ।
ସୋରୋରେ ଲୁଟେରାଙ୍କ ବଢୁଛି ଦୌରାତ୍ମ୍ୟ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଗଲେ ଲୁଟେରା
/kanak/media/post_attachments/wp-content/uploads/2024/01/14-15.jpg)