ସିସୋର ଚିଟଫଣ୍ଡର ସମ୍ପତି ହେବ ବାଜ୍ୟାପ୍ତ । ସମ୍ପତି ନିଲାମ କରି ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ।

122

କନକ ବ୍ୟୁରୋ: ସିସୋର ଚିଟଫଣ୍ଡ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହେବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ । ବାଜ୍ୟାପ୍ତ ସମ୍ପତ୍ତି ନିଲାମ ହେବା ପରେ ଏହି ଟଙ୍କାକୁ ଜମାକାରୀଙ୍କ ମଧ୍ୟରେ ବଂଟାଯିବ । ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ରହିଛି ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ୩ଟି ସୌଖିନ ଗାଡି, ୧୩ ଶହ ୮୫ ଗ୍ରାମ ସୁନା, ୨ ଶହ କେଜି ରୂପା, ୧୯୭ ଏକର ଜମି ଓ ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କାର ଜମାରାଶି । ଚିଟଫଣ୍ଡ ସଂକ୍ରାନ୍ତ ଆଇନ ଆସିବା ପରେ ଏହା ହେଉଛି ପ୍ରଥମ ମାମଲା । ସିସୋର ଚିଟଫଣ୍ଡ କମ୍ପାନୀ ଜମାକାରୀଙ୍କଠାରୁ ଶହ ଶହ କୋଟି ଠକି ନେଇଥିବା ଅଭିଯୋଗ ହୋଇଛି । ସିସୋର ଚିଟଫଣ୍ଡ ମାମଲାରେ ୨୦୧୩ ମସିହାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସ ଗିରଫ ହୋଇଥିଲେ । ପ୍ରାୟ ସାଢେ ଚାରିବର୍ଷ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା ।