କନକ ବ୍ୟୁରୋ : ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ । ଅଧିବେଶନ ଶେଷ ନେଇ ଘୋଷଣା କଲେ ବାଚସ୍ପତି । ଆଜି ଶେଷ ଦିନରେ ୫ଟି ବିଲ୍ ପାରିତ ହୋଇଛି । ଏଥର ମୌସୁମୀ ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଛି ।
ଆଜି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ୫ଟି ବିଲ୍ ପାରିତ ହୋଇଛି । ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ, ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ଓଡିଶା ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ ପାରିତ ହୋଇଛି ।
ଅଧିବେଶନ ସମୟରେ ମୋଟ ୩ଟି ମୁଲତବି ନୋଟିସ ଆସିଥିଲା । କରୋନା କାଳରେ ଚର୍ଚ୍ଚାରେ ରହିଥିଲା ବିଧାନସଭା ଅଧିବେଶନ । କରୋନା କଟକଣା ମଧ୍ୟରେ ବିଧାନସଭା ଶେଷ ହୋଇଛି । ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/10-6.jpg)