ରାୟଗଡା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ଆସିଏମଆର ଟିମ୍ : ସଂଗ୍ରହ ହେଲା ରକ୍ତ ନମୁନା, ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ନେଇ ହେବ ଅନୁଧ୍ୟାନ

୨୧ଟି ରାଜ୍ୟର ବଚ୍ଛାବଛା ଜିଲ୍ଲାରେ ଚାଲିଛି ସର୍ଭେ

113

କନକ ବ୍ୟୁରୋ : କୋଭିଡ ମୁକାବିଲା ଲାଗି ସ୍ୱାସ୍ଥ୍ୟ ବିଭାଗ ନେଇଛି ବଡ ପଦକ୍ଷେପ । କରୋନାର ବର୍ତମାନ ସ୍ଥିତି ଓ ଗ୍ରାମୀଣ ଲୋକଙ୍କ ରୋଗ ପ୍ରତି ଷେଧକ କ୍ଷମତା ଜାଣିବାକୁ ଆରମ୍ଭ ହୋଇଛି ଅନୁସନ୍ଧାନ । ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ରାୟଗଡାରେ ପଂହଚିଛନ୍ତ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ, ଆଇସିଏମଆର ଅନୁବନ୍ଧିତ ଆରଏସଆରସିର ଟିମ ଓ ସଂଗ୍ରହ କରିଛନ୍ତି ରକ୍ତ ନମୁନା । ଦେଶର ୨୧ ଟି ରାଜ୍ୟର ବଚ୍ଛା ବଚ୍ଛା ଜିଲ୍ଲାରୁ ନମୁନା ସଂଗ୍ରହ ପାଇଁ ଆଇସିଏମଆର ନିଷ୍ପତି ନେଇଥିବାବେଳେ ତାଲିକାରେ ରାୟଗଡା ରହିଛି । ଏହି ଜିଲ୍ଲାଗୁଡିକରୁ ପ୍ରଥମ ପର୍ଯ୍ୟ୍ୟାୟରେ ସଂଗୃହୀତ ରକ୍ତ ନମୁନାରେ ୫୦ ପ୍ରତିଶତ ରୋଗ ପ୍ରତିଷେଧକ କ୍ଷମତା ମିଳିଥିବାବେଳେ ତିନିମାସ ମଧ୍ୟରେ ଏହାର ବୃଦ୍ଧି ନେଇ ପୁଣି ଆରମ୍ଭ ହୋଇଛି ରକ୍ତ ସଂଗ୍ରହ ।

ଭୁବନେଶ୍ୱରର ଆରଏମଆରସି ତରଫରୁ ରାୟଗଡା ଜିଲ୍ଲାର ଅମଲାଭଟ୍ଟ ସମେତ ଜିଲ୍ଲାର ୧୦ଟି କ୍ଲଷ୍ଟରରୁ ଏହି ଟିମ ପୁଣି ସଂଗ୍ରହ କରୁଛି ରକ୍ତ ନମୁନା । ଏହାକୁ ପୁନେରେ ପରୀକ୍ଷା କରାଯିବ । ପରୀକ୍ଷା ସମୟରେ କରୋନା ସ୍ପଂସ୍ପର୍ଶରେ ଆସିଥିବା ଓ ଆସିନଥିବା ବ୍ୟକ୍ତିଙ୍କ ଦେହରେ କରୋନା ମୁକାବିଲା ଲାଗି ରୋଗ ପ୍ରତିଷଧକ ଶକ୍ତି କେତେ ବୃଦ୍ଧି ପାଇଛି ସେ ଦିଗରେ ବିଶେଷଜ୍ଞ ଟିମ ଅନୁଧ୍ୟାନ କରିବ ।