ଚୀନରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏସୀୟ କ୍ରୀଡ଼ା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ।

Advertisment
ଚୀନରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏସୀୟ କ୍ରୀଡ଼ା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ।

A souvenir store of the 2022 Asian Games is seen in Hangzhou, in China's eastern Zhejiang province on May 6, 2022. (Photo by AFP) / China OUT

କନକ ବ୍ୟୁରୋ: ଚୀନରେ କୋଭିଡ୍ ସଂକ୍ରମଣ ବଢୁଥିବାରୁ ୧୯ ତମ ଏସୀୟ କ୍ରୀଡାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ସାଂଘାଇରେ କୋଭିଡ୍ ସଂକ୍ରମଣ ନୂଆ ଲହର କାରଣରୁ ଲକ୍ଡାଉନ୍ କରିବାକୁ ପଡ଼ିଛି । ତେଣୁ ହଙ୍ଗଜୁରେ ସେପ୍ଟେମ୍ବରରେ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି କ୍ରୀଡା ମହୋତ୍ସବ ଏବେ ଅନିଶ୍ଚିତା ଭିତରକୁ ଚାଲିଯାଇଛି ।

ଅନ୍ୟପଟେ ଖୁବ୍ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏସୀୟ ଅଲିମ୍ପିକ୍ ପରିଷଦ ପକ୍ଷରୁ କୁହାଯାଇଛି । ମହାମାରୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ନଜରରେ ରଖି ଓସିଏ ଏବଂ ଏଚଏଜିଓସି ନିଷ୍ପତି ନେବ । ମୋଟ୍ ୬୧ କ୍ରୀଡା ଶୃଙ୍ଖଳାରେ ପ୍ରାୟ ୧୧ ହଜାର ଖେଳାଳି ଏହି ୧୬ ଦିନିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe