କନକ ବ୍ୟୁରୋ : ସୁପର ସଣ୍ଡେ ଆଜି ସୁପର ମୁକାବିଲା । ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଏସିଆ କପର ଫାଇନାଲ ମ୍ୟାଚ । କଲମ୍ବୋର ପ୍ରେମଦାସ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦଳ ଆଜି ଟ୍ରଫି ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ବିଗତ ୫ ବର୍ଷ ହେବ ଭାରତ କୌଣସି ଟ୍ରଫି ପାଇନଥିବାରୁ ଏସିଆ କପ୍ ଜିତିବାକୁ ପୁରା ଚେଷ୍ଟା କରିବ ।

Advertisment

ତେବେ ଭାରତୀୟ ଦଳରେ କିଛି ଖେଳାଳିଙ୍କ ପରିବର୍ତ୍ତନ ହୋଇପାରେ । ଆଗକୁ ଦିନିକିଆ ବିଶ୍ୱକପ ରହିଥିବାରୁ ଭାରତ ପାଇଁ ଏହି ଟ୍ରଫି ଜିତିବା ଗୁରୁତ୍ୱପୂର୍ଣ୍ଣ । ଶ୍ରୀଲଙ୍କା ମୁଖ୍ୟ ବୋଲରମାନେ ଆହତ କାରଣରୁ ଟିମରେ ନଥିବା ବେଳେ ନୁଆ ବୋଲରମାନେ ମଧ୍ୟ ଭଲ ବୋଲିଂ କରୁଥିବା ଦେଖିବାକୁ ମିଳିଛି । କୁହାଯାଉଛି ଶ୍ରୀଲଙ୍କା ବିଷକ୍ଷରେ ପୂର୍ବ ମ୍ୟାଚ ଖେଳିଥିବା ସବୁ ଖେଳାଳି ଟିମରେ ସାମିଲ ହେବେ । ସୁପର-୪ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଭାରତ କମ ସ୍କୋର କରି ବିଜୟୀ ହୋଇଥିବାରୁ ଭାରତର ପଲ୍ଲା ଭାରି ରହିବ ।