କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ମିଳିଥିବା ସୂଚନା ଅନୁସାରେ ପକ୍ଷ ରଖିବା ପାଇଁ ଅଧିକ ସମୟ ମାଗିଛି ଭାରତୀୟ ପ୍ରତ୍ନତତ୍ୱ ବିଭାଗ । ଗତ ୮ତାରିଖରେ ମାମଲାର ଶୁଣାଣି କରି ୧୭ତାରିଖ ସୁଦ୍ଧା ପକ୍ଷ ରଖିବା ପାଇଁ ରାଜ୍ୟ ସରକାର ଓ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏଏସଆଇ ତଥ୍ୟ ରଖିପାରିନଥିବା ବେଳେ ଆଜି ଅତିରିକ୍ତ ସମୟ ମାଗିଛି । ମାମଲାର ପରବର୍ତୀ ଶୁଣାଣି ମେ’ ୧୬ରେ ହେବ ବୋଲି ଜଣାପଡିଛି ।
ସେପଟେ ଆଜି ପୁରୀରେ ପହଂଚିଛନ୍ତି ସଂସଦୀୟ ଷ୍ଟାଣ୍ଡିଂ କମିଟି । ଏହାର ସଦସ୍ୟ ରାମଦାସ ତଡାସ ଐତିହ୍ୟ କରିଡର ପ୍ରକଳ୍ପ ଆବଶ୍ୟକ ବୋଲି କହିଛନ୍ତି । କହିଲେ, କେନ୍ଦ୍ର ଓ ରାଜ୍ୟ ସରକାର ମିଶି ବିକାଶ କାର୍ଯ୍ୟକୁ କରିବେ ତ୍ୱରାନ୍ୱିତ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ହାଇକୋର୍ଟରେ ସମୟ ମାଗିଲା ଏଏସଆଇ
/kanak/media/post_attachments/wp-content/uploads/2022/04/26-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)