ଶିଳ୍ପୀଙ୍କ ନିଖୁଣ କାମରେ ଜୀବନ୍ତ ହୋଇଛି କଳାକୃତି । ଅନେକ ବେକାର ଯୁବକଙ୍କୁ ଦେଇଛନ୍ତି ରୋଜଗାରର ସୁଯୋଗ

103

କନକ ବ୍ୟୁରୋ : ଶିଳ୍ପୀଙ୍କ ନିଖୁଣ କାମରେ ଜୀବନ୍ତ ହୋଇଛି କଳାକୃତି । ଦେଖିବାକୁ ଯେତିକି ମନୋଲୋଭା ଗ୍ରାହକଙ୍କୁ ମଧ୍ୟ ସେତିକି ଆକୃଷ୍ଟ କରୁଛି । ପୁରୀ ନିମାପଡ଼ା ଅଂଚଳର ନିରଞ୍ଜନ ମହାରଣା । ଏବେ କାଠ କାମ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଦେଖାଇଛନ୍ତି ରୋଜଗାରର ରାସ୍ତା । ମାତ୍ର ୩୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ତାଙ୍କର ଏହି ବ୍ୟବସାୟ ଏବେ ଲକ୍ଷାଧିକ ଟଙ୍କାରେ ପହଂଚିଛି । ଏହି କାମ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ ।

+୨ ପରୀକ୍ଷା ପରେ ପରିବାରର ଆର୍ଥୀକ ଅନାଟନ ଯୋଗୁଁ ଆଗକୁ ପାଠପଢି ପାରନଥିଲେ ନିରଂଜନ । ନିଜର କୈାଳିକ ବୃତ୍ତିକୁ ଆଦରି ନେବା ପାଇଁ ପରିବାରର ପକ୍ଷରୁ ଚାପ ପଡିଥିଲା । ଇଛାନଥିଲେ ମଧ୍ୟ ପରିବାରର ଚାପରେ ଆଦରୀ ନେଇଥିଲେ କୈାଳିକ ବୃତ୍ତିକୁ । ୧୫ବର୍ଷ ଧରି ଅନ୍ୟଠାରୁ କାର୍ଯ୍ୟ ଶିଖିବା ପରେ ନିଜର ଏକ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ । କାଠରେ ବିଭିନ୍ନ ପ୍ରକାର ଆସବାବପତ୍ର ତିଆରୀ କରି ବ୍ୟବସାୟ ଆରମ୍ଭ କରିଥିଲେ । ଖଟ, ଡ୍ରେସିଂ ଟେବୁଲ, ସୋଫାସେଟ୍ ଓ ଦୋଳବିମାନ କରି ଏବେ ଜଣେ ପ୍ରତିଷ୍ଠିତ କାଠ କାରିଗର ହୋଇପାରିଛନ୍ତି । କାଠଉପରେ ନିଖୁଣ କଳାକୃତି ଯୋଗୁଁଁଁଁଁ ବଜାରରେ ଚାହିଦା ରହିଛି । ସର୍ବନିମ୍ନ ୩୦୦୦ ଟଙ୍କାରୁ ସର୍ବାଧିକ ଏକ ଲକ୍ଷଟଙ୍କା ପର୍ଯ୍ୟନ୍ତ ଆସବାବପତ୍ର ତାଙ୍କ ନିକଟରେ ରହିଛି । ଆଗକୁ ବ୍ୟବସାୟ ବଢ଼ାଇବା ସହିତ ଅନଲାଇନ୍ରେ ଅର୍ଡ଼ର ବୁକ କରି ଗ୍ରାହକଙ୍କ ନିକଟରେ ପହାଂଇବାର ଲକ୍ଷ୍ୟରଖିଛନ୍ତି ନିରଞ୍ଜନ ।

କାଠରେ ଘରୋଇ ଆସବାବପତ୍ର ସହ ଦୋଳବିମାନ ତିଆରି ବଜାରରେ ବିକ୍ରି କରୁଛନ୍ତି ନିରଞ୍ଜନ । ନିଜେ ଭଲ ରୋଜଗାର କରିବା ସହ ସେ ଅନ୍ୟମାନଙ୍କୁ ଦେଖାଇଛନ୍ତି ରୋଜଗାରର ବାଟ ।