ନୀରଜଙ୍କୁ ଅଜବ ପ୍ରଶ୍ନ । ଯୌନ ଜୀବନ ପ୍ରଶ୍ନ କରି କଳା ଐତିହାସିକ ରାଜୀବ ସେଠୀ ନିନ୍ଦିତ

224

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ସ୍ୱର୍ଣ୍ଣ ଜିତିଥିôବା ନୀରଜ ଚୋପ୍ରାଙ୍କୁ ପଚରାଯାଇଥିବା ପ୍ରଶ୍ନ ଏବେ ଚର୍ଚ୍ଚାରେ । ଦେଶ ପାଇଁ ସୁନା ପଦକ ଜିତିବା ପରଠାରୁ ଅନେକ ଗଣମାଧ୍ୟମରୁ ଆସୁଛି ନିମନ୍ତ୍ରଣ । ସାକ୍ଷାତକାରରେ ଦେବାକୁ ପଡୁଛି ଅନେକ ପ୍ରଶ୍ନର ଉତ୍ତର । ଏପରି ଏକ ପ୍ରଶ୍ନ ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ନୀରଜଙ୍କୁ ଏହି ପ୍ରଶ୍ନଟି କରିଥିଲେ କଳା ଐତିହାସିକ ରାଜୀବ ସେଠୀ । ଏପରି ପ୍ରଶ୍ନ ଯାହାର ଉତ୍ତର ଦେବାକୁ ଅସହଜ ମନେ କରିଥିଲେ ନୀରଜ । କିଛି ପ୍ରଶ୍ନ ପଚାରିବା ପରେ ରାଜୀବ ପଚାରିଥିଲେ ଯେ, କ୍ରୀଡା ତାଲିମ ଓ ନିଜ ଯୌନ ଜୀବନ ମଧ୍ୟରେ ନୀରଜ କିପରି ସନ୍ତୁଳନ ରକ୍ଷା କରିପାରୁଛନ୍ତି । ହେଲେ ‘ସରି ସାର୍’ କହି କଥାକୁ ଏଡାଇ ଦେଇଥିଲେ ନୀରଜ । ପୁଣି ଥରେ ଏହି ପ୍ରଶ୍ନ କରିଥିଲେ ରାଜୀବ । ପୁଣି ଥରେ ଉତ୍ତର ଦେବାକୁ ମନା କରିଥିଲେ ନୀରଜ । ଏଥିରେ ବୋଧ ହୁଏ ନରଜଙ୍କ ଦ୍ୱିଧାକୁ ବୁଝିବା ସହ ନିଜ ଭୁଲ ବୁଝିପାରି ଏପରି ପ୍ରଶ୍ନ ପାଇଁ କ୍ଷମା ମାଗିଥିଲେ ରାଜୀବ ।

ଅନ୍ୟପଟେ ଏପରି ଅସ୍ୱାଭାବିକ ପ୍ରଶ୍ନ ପାଇଁ ରାଜୀବଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । କଳା ଐତିହାସିକ ତଥା ଅର୍ଥନିତିଜ୍ଞ ରାଜୀବ ସେଠୀଙ୍କୁ ଅକ୍ଷମଣୀୟ କହିବା ସହ ତାଙ୍କର ଏହି ପ୍ରଶ୍ନ ଅଭିସନ୍ଧିମୂଳକ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।