କଟକଣା ମାନୁନାହାନ୍ତି ବାଣ ବ୍ୟବସାୟୀ : ଲୁଚାଛପା ଚାଲିଛି ବାଣ କାରବାର; ଯାଜପୁର ବାଲିପଦାରୁ ଲକ୍ଷାଧିକ ଟଙ୍କାର ବାଣ ଜବତ,ଜଣେ ଗିରଫ

140

କନକ ବ୍ୟୁରୋ : ଆଜି ଦୀପାବଳୀ ଅବସରରେ ବାଣ ବ୍ୟାନ ଥିବା ବେଳେ ଗ୍ରାମାଂଚଳରେ ଚୋରାରେ ଚାଲିଛି ବାଣ ବ୍ୟବସାୟ । ଯାଜପୁର ପୋଲିସ ପକ୍ଷରୁ ବାଲିପଦା ଛକ ନିକଟ ଅଭୟ କୁମାର ଦାସ ନାମକ ଜଣେ ବ୍ୟବସାୟୀଙ୍କ ଦୋକାନରୁ ବିପୁଳ ପରିମାଣରେ ବାଣ ଜବତ କରିବା ସହ ବ୍ୟବସାୟୀଙ୍କୁ ଗିରଫ କରିଛି । ଜବତ ବାଣର ଆନୁମାନିକ ମୁଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ।

ରାଜ୍ୟ ସରକାର ବାଣ ଉପରେ କଟକଣା ଲଗାଇଥିଲେ ମଧ୍ୟ ଯାଜପୁରର ବିଭିନ୍ନ ସ୍ଥାନରେ ଵାଣ ବେପାର ଉପରେ ପୁଲିସ ଚଢାଉ ଜାରି ରହିଛି। ପୂର୍ବରୁ ମଧ୍ୟ ବିଭିନ୍ନ ବାଣ ବ୍ୟବସାୟୀ ଓ ବାଣ ଭିଡୁଥିବା ଲୋକଙ୍କ ଉପରେ ଚଢାଉ ହୋଇଥିବା ବେଳେ ଏହା ଥାନା ପକ୍ଷରୁ ତୃତୀୟ ଚଢାଉ । ଜିଲ୍ଲାବାସୀ ଚଳିତବର୍ଷ ଦୀପାବଳିକୁ ବାଣ ବଦଳରେ ଦୀପରେ ପାଳନ କରିବାକୁ ଜିଲ୍ଲା ପୁଲିସ ପକ୍ଷରୁ ନିବେଦନ କରାଯାଇଛି।