ଭରତପୁର ଅଂଚଳରୁ ଜଣେ ବନ୍ଧୁକ ବେପାରୀ ଗିରଫ । ଚୋରା ବନ୍ଧୁକ ସହ ତିନିଟି ଗୁଳି ଜବତ

84

କନକ ବ୍ୟୁରୋ : ଭରତପୁର ଥାନା ଅଞ୍ଚଳରୁ ଜଣେ ବନ୍ଧୁଙ୍କ ବେପାରୀ ଗିରଫ । ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ବେଳେ ପୁଲିସ ଚୋରା ବନ୍ଧୁକ ବେପାରୀକୁ କାବୁ କରିଥିବା ନେଇ ସୂଚନା ମିଳିଛି । ଅଭିଯୁକ୍ତକୁ ଗିରଫ କରାଯିବା ସହ ତା’ଠାରୁ ଦେଶୀ ବନ୍ଧୁକ ଓ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୁଲିସ । ଅଭିଯୁକ୍ତ ଜଣକ ଭରତପୁର ଅଞ୍ଚଳର ଭାବଗ୍ରାହୀ ସାହୁ ବୋଲି ଚିହ୍ନଟ କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଭାବଗ୍ରାହୀକୁ ନେଇ ଅଧିକ ତଦନ୍ତ କରୁଛି ଭରତପୁର ଥାନା ପୁଲିସ ।

ସୂଚନା ମୁତାବକ, ଭାବଗ୍ରାହୀ ଗତକାଲି ରାତିରେ ବ୍ରାଉନସୁଗାର ବିକ୍ରି କରିବାକୁ ଆସିବ ବୋଲି ଭରତପୁର ପୁଲିସକୁ ସୂଚନା ମିଳିଥିଲା । ସୂଚନା ପାଇବା ପରେ ପୁଲିସ ଭାବଗ୍ରାହୀକୁ କାବୁ କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲା । ଭାବଗ୍ରାହୀ ବ୍ରାଉନସୁଗାର ବିକ୍ରି କରିବାକୁ ଆସିବା ପରେ ପୁଲିସ ଯୋଜନା ମୁତାବକ ତାକୁ ଗିରଫ କରିଥିଲା ।  ଗିରଫ ପରେ ତା’ଠାରୁ ଦେଶୀ ବନ୍ଧୁକ ଓ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୁଲିସ। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପୁଲିସ ଷ୍ଟେସନରେ ଭାବଗ୍ରାହୀ ନାଁରେ ଅନେକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।