କନକ ବ୍ୟୁରୋ : ଭରତପୁର ଥାନା ଅଞ୍ଚଳରୁ ଜଣେ ବନ୍ଧୁଙ୍କ ବେପାରୀ ଗିରଫ । ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ବେଳେ ପୁଲିସ ଚୋରା ବନ୍ଧୁକ ବେପାରୀକୁ କାବୁ କରିଥିବା ନେଇ ସୂଚନା ମିଳିଛି । ଅଭିଯୁକ୍ତକୁ ଗିରଫ କରାଯିବା ସହ ତା’ଠାରୁ ଦେଶୀ ବନ୍ଧୁକ ଓ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୁଲିସ । ଅଭିଯୁକ୍ତ ଜଣକ ଭରତପୁର ଅଞ୍ଚଳର ଭାବଗ୍ରାହୀ ସାହୁ ବୋଲି ଚିହ୍ନଟ କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଭାବଗ୍ରାହୀକୁ ନେଇ ଅଧିକ ତଦନ୍ତ କରୁଛି ଭରତପୁର ଥାନା ପୁଲିସ ।
ସୂଚନା ମୁତାବକ, ଭାବଗ୍ରାହୀ ଗତକାଲି ରାତିରେ ବ୍ରାଉନସୁଗାର ବିକ୍ରି କରିବାକୁ ଆସିବ ବୋଲି ଭରତପୁର ପୁଲିସକୁ ସୂଚନା ମିଳିଥିଲା । ସୂଚନା ପାଇବା ପରେ ପୁଲିସ ଭାବଗ୍ରାହୀକୁ କାବୁ କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲା । ଭାବଗ୍ରାହୀ ବ୍ରାଉନସୁଗାର ବିକ୍ରି କରିବାକୁ ଆସିବା ପରେ ପୁଲିସ ଯୋଜନା ମୁତାବକ ତାକୁ ଗିରଫ କରିଥିଲା । ଗିରଫ ପରେ ତା’ଠାରୁ ଦେଶୀ ବନ୍ଧୁକ ଓ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୁଲିସ। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପୁଲିସ ଷ୍ଟେସନରେ ଭାବଗ୍ରାହୀ ନାଁରେ ଅନେକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/23-28.jpg)