କନକ ବ୍ୟୁରୋ : ୨୦୧୬ ମସିହା – କୁପବାଡାର ଡ୍ରାମୁଲ୍ଲା ଅଂଚଳରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ୫ ଜଣ ଆତଙ୍କୀଙ୍କୁ ହତ୍ୟା କରିଥିବା ନେଇ ସେନା ଦାବି କରିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଫେକ୍ ଏନକାଉଁଟର ବୋଲି କହିଥିଲେ । ୨୦୧୮ ମସିହା ଡିସେମ୍ବରରେ ପୁଲବାମା ଅଂଚଳରେ ଆତଙ୍କବାଦୀ ଓ ସେନା ମୁହାଁମୁହିଁ ହୋଇଥିଲେ ଏବଂ ୩ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ ।

Advertisment

କିନ୍ତୁ ଏହି ଏନକାଉଁଟରକୁ ମଧ୍ୟ ସ୍ଥାନୀୟ ଲୋକ ବିରୋଧ କରି ସେନାକୁ ଦୋଷ ଦୋଇଥିଲେ ।  ୨୦୦୦ ମସିହାରେ କାଶ୍ମୀର ପଥରୀବଳରେ ହୋଇଥିବା ଏନକାଉଁଟରରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ବିରୋଧ କରି ଲୋକେ ହିଂସାତ୍ମକ ଢଙ୍ଗରେ ବିରୋଧ କରିଥିଲେ । ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ହୋଇଥିବା ଗୁଳିମାଡରେ  ୯ ଜଣଙ୍କ ମୃତ୍ୟୁ ଘଟିଥିଲା ।