କନକ ବ୍ୟୁରୋ : ୨୦୧୬ ମସିହା – କୁପବାଡାର ଡ୍ରାମୁଲ୍ଲା ଅଂଚଳରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ୫ ଜଣ ଆତଙ୍କୀଙ୍କୁ ହତ୍ୟା କରିଥିବା ନେଇ ସେନା ଦାବି କରିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଫେକ୍ ଏନକାଉଁଟର ବୋଲି କହିଥିଲେ । ୨୦୧୮ ମସିହା ଡିସେମ୍ବରରେ ପୁଲବାମା ଅଂଚଳରେ ଆତଙ୍କବାଦୀ ଓ ସେନା ମୁହାଁମୁହିଁ ହୋଇଥିଲେ ଏବଂ ୩ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ ।
କିନ୍ତୁ ଏହି ଏନକାଉଁଟରକୁ ମଧ୍ୟ ସ୍ଥାନୀୟ ଲୋକ ବିରୋଧ କରି ସେନାକୁ ଦୋଷ ଦୋଇଥିଲେ । ୨୦୦୦ ମସିହାରେ କାଶ୍ମୀର ପଥରୀବଳରେ ହୋଇଥିବା ଏନକାଉଁଟରରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ବିରୋଧ କରି ଲୋକେ ହିଂସାତ୍ମକ ଢଙ୍ଗରେ ବିରୋଧ କରିଥିଲେ । ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ହୋଇଥିବା ଗୁଳିମାଡରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/Shopian.jpg)