କନକ ବ୍ୟୁରୋ: ଡିଜିଟାଲ ଯୁଗରେ ବିଜୁଳି ଆଲୁଅ ଦେଖି ନାହିଁ ଗାଁ । ଡିବିରି ଆଲୁଅରେ ପାଠ ପଢି ଭବିଷ୍ୟତ ଗଢୁଛନ୍ତି କୁନି କୁନି ପିଲା । ସ୍ମାର୍ଟ ସିଟି ରାଉରକେଲା ନିକଟ ଝାରମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯେଉଁଠି ଜୀବନ କହିଲେ ଯନ୍ତ୍ରଣା । ନାଁ ଗାଁକୁ ଯିବା ପାଇଁ ଭଲ ରାସ୍ତା ଅଛି, ନା ପିଇବାକୁ ବିଶୁଦ୍ଧ ପାଣି ମିଳୁଛି । ଏନେଇ ବାରମ୍ବାର ପ୍ରାଶସନିକ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନାହିଁ ।
ଅନେକ ନେତା ମନ୍ତ୍ରୀ ଭୋଟ ବେଳେ ଗାଁକୁ ଆସି ସବୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ନିର୍ବାଚନ ସରିଗଲେ ଝାରମୁଣ୍ଡା ଗାଁ କଥାକୁ ସମସ୍ତେ ଭୁଲିଯାଇଛନ୍ତି । ତେଣୁ ଏଥର ଗାଁକୁ ବିଜୁଳି ସଂଯୋଗ ନହେଲେ, ରାସ୍ତା ଓ ପିଇବା ପାଣି ସୁବିଧା ନମିଳିଲେ ଭୋଟ ଦେବେ ନାହିଁ ବୋଲି ଗାଁ ଲୋକ ଜିଦିରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/e-2.jpg)