ଆଉ ସାତ ଦିନ ପାଇଁ ଘୁଂଚିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆବେଦନ : ଅଗଷ୍ଟ ୩୧ ଥିଲା ଶେଷ ତାରିଖ; ରାଜ୍ୟରେ ଯୁକ୍ତ ଦୁଇ କଳା ରେଜଲ୍ଟ ବାହାରିନଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

101

କନକ ବ୍ୟୁରୋ : ଘୁଂଚିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆବେଦନ ତାରିଖ । ଗତକାଲି ଅର୍ଥାତ ଅଗଷ୍ଟ ୩୧ ତାରିଖ ଆବେଦନର ଶେଷ ତାରିଖ ଥିଲା, ଏହାକୁ ବର୍ତମାନ ସାତ ଦିନ ଯାଏଁ ଘୁଂଚାଇ ଦିଆଯାଇଛି । ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ । ଏହି ଚିଠିକୁ ଗ୍ରହଣ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ ଆବେଦନକୁ ଏକ ସପ୍ତାହ ପାଇଁ ଘୁଚାଇ ଦିଆଯାଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢିବା ଲାଗି ପ୍ରତ୍ୟେକ ବର୍ଷ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି ।

ଚଳିତବର୍ଷ ରାଜ୍ୟରେ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ବାହାରିଥିଲେ ବି ଏ ଯାଏଁ କଳାର ରେଜଲ୍ଟ ପ୍ରକାଶ ପାଇନାହିଁ । ଚଳିତ ସପ୍ତାହରେ ଏହି ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆବେଦନ ତାରିଖକୁ ଘୁଂଚାଯାଇଛି ।