ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । ୱେବସାଇଟରେ କମନ ଆପ୍ଲିକେସନ ଫର୍ମ ଜରିଆରେ କରିପାରିବେ ଅନଲାଇନ ଆବେଦନ ଆରମ୍ଭ

507

କନକ ବ୍ୟୁରୋ : ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ଆଜି ପୂର୍ବାହ୍ନ ୧୧ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟ ୪୫ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀ ୱେବସାଇଟରେ କମନ ଆପ୍ଲିକେସନ ଫର୍ମ ଜରିଆରେ ଅନଲାଇନ ଆବେଦନ କରିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ ସାମ୍ସଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟରେ ଛାତ୍ରଛାତ୍ରମାନେ ଅନଲାଇନ ଆବେଦନ କରିପାରିବେ ।

ଏଥର ଅନଲାଇନ ଫର୍ମ ପୂରଣ କରିବା ପରେ ଛାତ୍ରଛାତ୍ରୀଙ୍କୁ ଫର୍ମର ହାର୍ଡ କପି ଦାଖଲ କରିବାକୁ ସାମ୍ସର ନୋଡାଲ ସେଂଟରକୁ ଯିବାକୁ ପଡ଼ିବ ନାହିଁ । ସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ । ସେହିପରି ସେପ୍ଟେମ୍ବର ୨୩ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ୨୪ରୁ ୨୮ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।