ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ କରିହେବ ଆବେଦନ । 

485

କନକ ବ୍ୟୁରୋ : ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଡର ଆବେଦନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧିକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ହେଲେ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏହାର ଅବଧିକୁ ପୁଣିଥରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଣିକି ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ ଲୋକମାନେ ଏହି କାର୍ଡ ପାଇଁ ଆବେଦନ କରିପାରିବେ ।କେମିତି କରିବେ ନବୀନ କାର୍ଡ ପାଇଁ ଆବେଦନ?

  • bskynabin.odisha.gov.in ଜରିଆରେ କରିବେ ଆବେଦନ
  • ପାଖରେ ରାସନକାର୍ଡ ନଥିଲେ ବି ବିଏସକେୱାଇ-ନବୀନ କାର୍ଡ ପାଇଁ କରିପାରିବେ ଆବେଦନ
  • ମୋ ସେବା କେନ୍ଦ୍ରରେ ବିନା ଦେୟରେ କରିପାରିବେ ଆବେଦନ
  • ଅଫଲାଇନ୍ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ
  • ସରକାରୀ ଚାକିରିଆ, ପେନସନଭୋଗୀ  ଓ ଆୟକରଦାତା ଏ ସୁବିଧା ପାଇପାରିବେ ନାହିଁ

ପଞ୍ଜିକରଣ ପାଇଁ ଆବଶ୍ୟକୀୟ କାଗଜପତ୍ର:

  • ପରିବାର ମୁଖ୍ୟଙ୍କ ନାଁରେ ପଞ୍ଜିକରଣ ହେବା ଆବଶ୍ୟକ
  • ଦରଖାସ୍ତକାରୀଙ୍କ ପାଇଁ ଆଧାର ଭିତ୍ତିକ ଇ-କେ.ଓାଇ.ସି ବାଧ୍ୟତାମୂଳକ
  • ୧୮ ବର୍ଷରୁ ଉର୍ଦ୍ଧ୍ୱ ସଦସ୍ୟମାନଙ୍କର ଭୋଟ ପରିଚୟ ପତ୍ର ଥିବା ଆବଶ୍ୟକ
  • ଦରଖାସ୍ତକାରୀଙ୍କର ସକ୍ରିୟ ମୋବାଇଲ ନମ୍ବର ଆଧାର କାର୍ଡ ସହ ସଂଯୋଗ ହୋଇଥିବ