ତରଳୁଛି ଆଣ୍ଟାର୍କଟିକାର ବରଫ ଚାଦର: ବୁଡି ଯିବକି ସାରା ବିଶ୍ୱର ଉପକୂଳ ଅଞ୍ଚଳ?

ତରଳୁଛି ଆଣ୍ଟାର୍କଟିକାର ବରଫ ଚାଦର: ବୁଡି ଯିବକି ସାରା ବିଶ୍ୱର ଉପକୂଳ ଅଞ୍ଚଳ?

କନକ ବ୍ୟୁରୋ: ସାରା ବିଶ୍ୱ ଉପରେ ମାଡି ଆସୁଛି ବଡ ବିପଦ । ହଜାର ହଜାର ବର୍ଷ ଧରି ଆଂଟାର୍କଟିକାରେ ଜମି ରହିଥିବା ବରଫର ଚାଦର ଏବେ ତରଳିବାରେ ଲାଗିଛି । ‘ସ୍ଲିପିଂ ଜାଏଂଟ୍’ ବୋଲାଉଥିବା ପୂର୍ବ ଆଂଟାର୍କଟିକ୍ ବରଫ ଚାଦର ଦ୍ରୁତ ଗତିରେ ତରଳିବା ସାରା ବିଶ୍ୱ ପାଇଁ ସତର୍କ ଘଂଟି । ପ୍ରକୃତି ସହ ଖେଳଖେଳି ମଣିଷ ସମାଜ ପ୍ରକୃତିର ପ୍ରଳୟକୁ ନିମନ୍ତ୍ରଣ କରୁଛି ।
କାହିଁକି ତରଳୁଛି ବରଫ ଚାଦର?

ଜଳବାୟୁ ପରିବର୍ତନ ଓ ବାୟୁମଣ୍ଡଳରେ ଅଙ୍ଗାରକାମ୍ଲର ବୃଦ୍ଧି ଯୋଗୁଁ ଆଂଟାର୍କଟିକାର ବରଫ ଚାଦର ତରଳୁଥିବା କହିଛନ୍ତି ବୈଜ୍ଞାନିକ । ସାଟେଲାଇଟ୍ ଇମେଜ୍ର ତଥ୍ୟ ଆଧାରରେ ଅଷ୍ଟ୍ରେଲିଆ ସ୍ଥିତ ଭିକ୍ଟୋରିଆ ୟୁନିଭର୍ସିଟିର ରିପୋର୍ଟ ଡରାଇ ଦେଲାଭଳି । ବାୟୁମଣ୍ଡଳରେ ଅଙ୍ଗରାକାମ୍ଳ ବୃଦ୍ଧିରେ ରୋକ ନଲାଗିଲେ ଆଂଟାର୍କଟିକାର ଗ୍ଲାସିଅର ସଂପୂର୍ଣ୍ଣ ତରଳିଯିବ । ଯାହା ବିଶ୍ୱ ପାଇଁ ପ୍ରଳୟ ଆଣିବ ।
ବରଫ ଚାଦର ତରଳିଲେ କ’ଣ ହେବ?
ହିମଖଣ୍ଡ ତରଳି ସମୁଦ୍ର ପାଣିରେ ମିଶିବ
ସମୁଦ୍ରର ଜଳସ୍ତର ୧୭୦ ଫୁଟ୍ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା
ବହୁ ରାଷ୍ଟ୍ରର ଉପକୂଳ ଅଂଚଳ ବୁଡିଯିବା ଆଶଙ୍କା

ଗ୍ଲାସିଅର ତରଳିବାର ପ୍ରଭାବ ଓଡିଶା ଉପକୂଳ ଉପରେ ବି ପଡିବା ଆଶଙ୍କା ରହିଛି । ଗ୍ଲାସିଅର ତରଳିବା ଯୋଗୁଁ ସମୁଦ୍ରର ଜଳସ୍ତର ବଢି ଚାଲିଛି, ଆଉ ଉପକୂଳକୁ ମାଡ଼ି ଆସୁଛି । ଏହି ଧାରା ବଜୟ ରହିଲେ, ୨୦୫୦ ସୁଦ୍ଧା ସମୁଦ୍ରରେ ପୁରୀ ସ୍ୱର୍ଗଦ୍ୱାର ଲୀନ ହୋଇଯିବ । ପୁରୀ ସହରର ସମୁଦ୍ରକୂଳରେ ଗଢ଼ି ଉଠିଥିବା ମାଳ ମାଳ ହୋଟେଲ ସମୁଦ୍ରରେ ନିଶ୍ଚିହ୍ନ ହୋଇଯିବ ବୋଲି ଆକଳନ କରିଛନ୍ତି ଭାରତ ସମେତ ଅନ୍ୟାନ୍ୟ ଦେଶରୁ ସାମିଲ ଥିବା ଏକ ଗବେଷକ ଦଳ । ନେଦରଲାଣ୍ଡର ପ୍ରତିଷ୍ଠିତ ଜର୍ଣ୍ଣାଲ-ସାଇନ୍ସ ଅଫ୍ ଦି ଟୋଟାଲ ଏନ୍ଭାଇରନମେଂଟରେ ଏହି ବିଷୟରେ ଏକ ଆଲେଖ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ

- ୨୦୫୦ ସୁଦ୍ଧା ଓଡ଼ିଶାର ୪୮୦ କିମି ଉପକୂଳରୁ ୪୫% ଅବକ୍ଷୟ ହେବ
- ଓଡ଼ିଶାର ପ୍ରାୟ ୨୦୦ କିମି ସମୁଦ୍ର ଉପକୂଳ ଅବକ୍ଷୟ ମୁହାଁ ହେଉଛି
- ୩୦ ବର୍ଷରେ ଅସ୍ତିତ୍ୱ ହରାଇବ ଚିଲିକା
- ସାତଭାୟା ଭଳି ଅନେକ ଗାଁ ଜନଶୂନ୍ୟ ହେବାର ଆଶଙ୍କା ରହିଛି

ବର୍ତମାନ ସମୁଦ୍ରର ଜଳପତନ ବଢୁଥିବାରୁ ଚାନ୍ଦିପୁରରୁ ସୁବର୍ଣ୍ଣରେଖା ମୁହାଣ ପର୍ଯ୍ୟନ୍ତ ଅବକ୍ଷୟ ଆରମ୍ଭ ହୋଇସାରିଛି । ସେପଟେ ଚିଲିକାରେ ସମୁଦ୍ର ମୁହାଣ ପୋତି ହୋଇଯାଉଛି । ଆଗକୁ ଅବକ୍ଷୟର ମାତ୍ରା ବଢ଼ିବାର ଆଶଙ୍କା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe