ମିସ୍ ଫିଲିପିନ୍ସ କାଟ୍ରିଓନା ଗ୍ରେ ବନିଲେ ମିସ୍ ୟୁନିଭର୍ସ ୨୦୧୮ : ଜାଣନ୍ତୁ କେଉଁ ଉତ୍ତର ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଲା

୯୩ଟି ଦେଶରୁ ଆସିଥିବା ପ୍ରତିଯୋଗିନୀ ମାନଙ୍କୁ ଟପି ଫିଲିପିନ୍ସର ଏହି ସୁନ୍ଦରୀ ନାରୀ ମିସ୍ ୟୁନିଭର୍ସ ଟାଇଟଲ ଜିଣିଛନ୍ତି।

142

୨୦୧୮ ବର୍ଷ ପାଇଁ ମିସ୍ ୟୁନିଭର୍ସ ବିଜୟିନୀ ହେଲେ ମିସ୍ ଫିଲିପିନ୍ସ କାଟ୍ରିଓନା ଗ୍ରେ। ୯୩ଟି ଦେଶରୁ ଆସିଥିବା ପ୍ରତିଯୋଗିନୀ ମାନଙ୍କୁ ଟପି ଫିଲିପିନ୍ସର ଏହି ସୁନ୍ଦରୀ ନାରୀ ମିସ୍ ୟୁନିଭର୍ସ ଟାଇଟଲ ଜିଣିଛନ୍ତି। ମିସ୍ ୟୁନିଭର୍ସ ହେବା ଖାଲି ସୌନ୍ଦର୍ଯ୍ୟର ବିଷୟ ନୁହେଁ, ଦରଦୀ, ବିଦୂଷୀ ଏବଂ ଅତି ଉତ୍ତମ ମଣିଷ ହେବା ଆବଶ୍ୟକ। ଏ ସବୁ ମିସ୍ ଫିଲିପିନ୍ସଙ୍କୁ ପଚାରା ଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିଫଳିତ ହୋଇଥିଲା।

ଚୂଡ଼ାନ୍ତ ପର୍ଯ୍ୟାୟରେ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନଟି ଥିଲା: ଜୀବନରୁ ତୁମେ କି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଲାଭ କରିଛି ଏବଂ ଜଣେ ମିସ୍ ୟୁନିଭର୍ସ ଭାବେ ତାକୁ କିଭଳି ବ୍ୟବହାର କରିବ?

କାଟ୍ରିଓନା ଗ୍ରେ’ଙ୍କ ଉତ୍ତର ଥିଲା: ଟୋଣ୍ଡୋ, ମାନିଲାର ବସ୍ତିଗୁଡ଼ିକରେ ମୁଁ ଅନେକ କାମ କରିଛି। ଜୀବନ ସେଠାରେ ଦରିଦ୍ର ଓ ଖୁବ୍ ଦୁଃଖୀ। ଜଣେ ମିସ୍ ୟୁନିଭର୍ସ ଭାବେ, ଆଶାବାଦୀ ହୋଇ ଦେଖିବା ନିମନ୍ତେ ମୁଁ ଏଇ ପରିସ୍ଥିତିକୁ ଉପସ୍ଥାପନ କରିବି। ଯଦି ମୁଁ କୃତଜ୍ଞ ହେବା ନିମନ୍ତେ ଲୋକମାନଙ୍କୁ ଶିକ୍ଷା ଦେଇ ପାରିବି ତେବେ ଆମେ ଗୋଟାଏ ଚମତ୍କାର ପୃଥିବୀ ପାଇବା ଯେଉଁଠି ନକାରାତ୍ମକତା ରହିପାରିବ ନାହିଁ; ପିଲାଏ ମୁହଁରେ ହସ ଫୁଟାଇ ପାରିବେ।