କନକବ୍ୟୁରୋ: ନବନ୍ମୋଷ-୮.୦ ବ୍ଲୋସମ ସ୍କୁଲର ବାର୍ଷିକ ବିଜ୍ଞାନ ମେଳା ଅଗଷ୍ଟ ୯ତାରିଖରେ ଉତ୍ସାହ ଓ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ନିଜର ସୃଜନଶୀଳତା ,ବୈଜ୍ଞାନିକ ଅନୁସନ୍ଧାନ ଓ ଉଦ୍ଭାବନର ପ୍ରଦର୍ଶନ କରିଥିଲେ । ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ ଇନଷ୍ଟିଚୁଟ ଅଫ ଲାଇଫ ସାଇନ୍ସ ର ନିର୍ଦ୍ଦେଶକ ଡ.ଦେବାଶିଷ ଦାଶ। ସେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଆଧାରିତ ବିବିଧ ପ୍ରକଳ୍ପ ଗୁଡିକୁ ନିରୀକ୍ଷଣ କରିଥିଲେ ।

Advertisment

ଶ୍ରେଣୀ ଅନୁଯାୟୀ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗ ଯଥା ଟିନି କ୍ୟାଡର୍,କୁକୀସ୍ ବାଇଟସ,କୋଡ୍ ଗାଫଟରସ ,ସାଇବର ସେଞ୍ଚୁରିଅନ୍ସ ,ଆଡଭାନ୍ସ ଟେକିସରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ବର୍ଗର ଉଦୀୟମାନ କୁନି କୁନି ବୈଜ୍ଞାନିକମାନେ ପୂର୍ବ ନିର୍ଦ୍ଧାରିତ ବିଷୟ ଅନୁଯାୟୀ ସେମାନଙ୍କ ପରୀକ୍ଷଣ ଓ ମଡେଲ ଗୁଡିକୁ ଅପାର ଉତ୍ସାହ ତଥା ଆନନ୍ଦର ସହିତ ବ୍ୟାପକ ଭାବରେ ପ୍ରଦର୍ଶନ କରିଥିଲେ । ବାସ୍ତବରେ ପିଲାମାନଙ୍କ କଠିନ ପରିଶ୍ରମ ଓ ସୃଜନାତ୍ମକ ପ୍ରତିଭାର ଅବଲୋକନ ରେ ବିଚାରପତି,ପରିଚାଳନା କମିଟି,ଅତିଥି ବୃନ୍ଦ ତଥା ପରିଦର୍ଶକମାନେ ଅତ୍ୟନ୍ତ ଗର୍ବିତ।