କନକ ବ୍ୟୁରୋ: ଘୋଷଣାରେ ଅଟକି ଗଲା ପଛୁଆ ଅଞ୍ଚଳର ରେଳପଥ । ରେଳ ମାନଚିତ୍ରରେ ଜୟପୁର ସହ ଯୋଡ଼ି ହେବ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାର ରେଳ ପଥ । ଏନେଇ କେବଳ ଘୋଷଣା କରାଯାଇଥିଲା ତା ନହେଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକ ଚୁକ୍ତିନାମା ସ୍ୱାକ୍ଷର କରି ଲୋକଙ୍କ ସମ୍ବୁଖକୁ ଆସିଥିଲେ । ଜଣାଇଥିଲେ ଆର୍ଥିକ ବର୍ଷ ୨୦୨୧-୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିବ । ହେଲେ ସବୁ ଯେମିତି ସ୍ୱପ୍ନ ହୋଇରହିଗଲା । ସରିବା ତ ଦୂର କଥା ଏପର୍ଯ୍ୟନ୍ତ ଏହାର କାମ ବି ଆରମ୍ଭ ହୋଇପାରିଲାନି ।
ରେଳ ସୁବିଧା ପାଇଁ ୨୦୧୬ ଅକ୍ଟୋବର ୧୧ ତାରିଖରେ କେନ୍ଦ୍ର ରେଳ ବିଭାଗ ଏବଂ ରଜ୍ୟ ସଡ଼କ ପରିବହନ ବିଭାଗ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଆକଳନ ହେଲା ନବରଙ୍ଗପୁର ପାଇଁ ୭୫୦ ଏବଂ ମାଲକାନଗରିର ପାଇଁ ୨୭୦୦ କୋଟିର ଖର୍ଚ୍ଚ । ହେଲେ ସବୁ କିଛି କାଗଜ କଲମରେ ରହିଗଲା । ଏଯାଏ ଟଙ୍କାଟି ବି ଖର୍ଚ୍ଚ ହୋଇନି । ଯାହାକୁ ନେଇ ସରକାରଙ୍କ ଆନ୍ତରିକତା ନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/vlcsnap-2022-11-27-19h08m18s925.png)