ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା: ୩ଜଣଙ୍କୁ ମିଳିତ ଭାବେ ମିଳିବ ଏହି ପୁରସ୍କାର

112

କନକ ବ୍ୟୁରୋ: ଅର୍ଥନୀତିରେ ଡେଭିଡ କାର୍ଡ, ଜୋଶୁଆ ଡି ଅଙ୍ଗ୍ରିଷ୍ଟ ଏବଂ ଗୁଇଡୋ ଡବ୍ଲୁ ଇମ୍ବେନ୍ସଙ୍କୁ ମିଳିଛି ନୋବେଲ ପୁରସ୍କାର। ନୋବେଲ କମିଟି ଶ୍ରମ ଅର୍ଥନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ଡେଭିଡ କାର୍ଡ, ଜୋଶୁଆ ଡି ଅଙ୍ଗ୍ରିଷ୍ଟ ଏବଂ ଗୁଇଡୋ ଡବ୍ଲୁ ଇମ୍ବେନ୍ସଙ୍କୁ ପୁରସ୍କୃତ କରିଛି।

“ଚଳିତ ବର୍ଷର ପୁରସ୍କାର ବିଜେତା ଡେଭିଡ କାର୍ଡ, ଜୋଶୁଆ ଆଙ୍ଗ୍ରିଷ୍ଟ ଏବଂ ଗୁଇଡୋ ଇମ୍ବେନ୍ସ ଆମକୁ ଶ୍ରମ ବଜାର ବିଷୟରେ ନୂତନ ଜ୍ଞାନ ଦେଇଛନ୍ତି। ସେମାନଙ୍କର ଆଭିମୁଖ୍ୟ ଅନ୍ୟ କ୍ଷେତ୍ରରେ ଗଭୀର ପ୍ରଭାବ ପକାଇବା ସହ ପରୀକ୍ଷାମୂଳକ ଅନୁସନ୍ଧାନରେ ପରିବର୍ତ୍ତନ ଆଣିଛି” ବୋଲି ସ୍ୱିଡେନ ଅକାଦେମୀ ଏକ ବିବୃତିରେ କହିଛନ୍ତି।

ଏହା ପୂର୍ବରୁ ସମାଜରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଆଣିଥିବା ଏବଂ ଆଣିବାକୁ ଲଗାତାର ଉଦ୍ୟମ କରୁଥିବା ବ୍ୟକ୍ତିତ୍ବଙ୍କୁ ନୋବେଲ ପୁରସ୍କାର ଦିଆଯାଇ ସମ୍ମାନିତ କରାଯାଇଛି। ଏଥିରେ ଅନେକ ସାମ୍ବାଦିକ ଏବଂ ସମାଜସେବୀମାନେ ସାମିଲ ହୋଇଛନ୍ତି। ଯେଉଁମାନଙ୍କୁ ସମାଜ ପ୍ରତି ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି।