କନକ ବ୍ୟୁରୋ : ଦେବଦୂତ ସାଜିଲେ ଯବାନ । ବନ୍ୟାରେ ଫସିଥିବା ଗଭବର୍ତୀଙ୍କୁ ଉଦ୍ଧାର କରିଛନ୍ତି ଏନଡିଆରଏଫ ଟିମ । ଗଭବର୍ତୀ ମହିଳା ଭଣ୍ଡାରୀପୋଖରୀ ଜଳହରି ଗାଁରେ ବନ୍ୟା ଘେରରେ ରହିଥିଲେ । ଗର୍ଭବତୀ ମହିଳା ଜଣକ ଜଳବନ୍ଦୀ ହୋଇ ରହିଥିଲେ । ଏନଡିଆରଏଫ ଟିମ ପହଁଚି ମହିଳା ଜଣଙ୍କୁ ବୋଟ ମାଧ୍ୟମରେ ଲାଇଫ ଜ୍ୟାକେଟ ପିନ୍ଧାଇ ଆଣିଥିଲେ । ସୁରକ୍ଷିତ ଭାବେ ମହିଳା ଜଣଙ୍କୁ ଉଦ୍ଧାର ପରେ ମେଡିକାଲକୁ ପଠାଇଛନ୍ତି ।
ଲଗାଣ ବର୍ଷା ପରେ କେନ୍ଦ୍ରାପଡାରେ ବନ୍ୟା ସ୍ଥିତି । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକରେ ଅଧିକାଂଶ ସ୍ଥାନରେ ପାଣି ପଶିଛି । ଦାଣ୍ଡି ସାହି, ଅନ୍ଧାର, ପେଣ୍ଠପାଳ , ସିଂହଗାଁ ପରି ଅଂଚଳରେ ପଶିଲାଣି ବନ୍ୟା ପାଣି । ପାଣି ଭିତରେ ଏବେ ପୁରା ଗାଁ ରହିବା ପରେ ପୁରା ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ପାଣି ଭିତରେ ପଶି ଲୋକେ ସୁରକ୍ଷିତ ସ୍ଥାନକୁ ଯିବା ଆରମ୍ଭ କଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/11-34.jpg)