କନକ ବ୍ୟୁରୋ: ମାଲକାନଗିରି ଲଘୁ ଖଣିଜ ପଦାର୍ଥ ଟେଣ୍ଡର ମାମଲା । ନାକଚ ହେଲା ଆନ୍ଧ୍ର କମ୍ପାନୀ ର ସଲଭେନ୍ସି ସାର୍ଟିଫିକେଟ । ମାଲକାନଗିରି ଜିଲ୍ଲା ଖଣିଜ ପଦାର୍ଥ ଟେଣ୍ଡର ପ୍ରକ୍ରିୟା ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଥିଲା । ଭୁଲ ତଥ୍ୟ ଦେଇ ଆନ୍ଧ୍ରର ଜଣେ ଠିକାଦାର ଚାଭା ବେଣୁଗୋପାଲ କୋଟିଏ ଟଙ୍କାର ସଲଭେନ୍ସି ହାତେଇ ଥିବା ନେଇ କନକ ନ୍ୟୁଜ ଖବର ପ୍ରସାରଣ ହୋଇଥିଲା ।

Advertisment

ଜିଲ୍ଲା ଶିଳ୍ପ କେନ୍ଦ୍ର ବା ଡିଆଇସିର ପ୍ରୋଜେକ୍ଟ ରିପୋର୍ଟକୁ ଆଧାର କରି ମୋଟୁ ଆରଆଇ ଓ ତହସିଲ ଅଫିସ ପକ୍ଷରୁ ଚଭା ବେଣୁଗୋପାଲଙ୍କ ୫ କୋଟି ର ସମ୍ପତି ଥିବା ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଏହାକୁ ଆଧାର କରି ସିଏଚ୍ ବେଣୁଗୋପାଳଙ୍କୁ ଏକ କୋଟି ଚଙ୍କାର ସଲଭେନ୍ସି ରିପୋର୍ଟ ପ୍ରଦାନ କରିଥିଲେ ମାଲାକନଗିରି ଉପଜିଲ୍ଲାପାଳ । ତେବେ ଜିଲ୍ଲାପାଳ ଏହି ସାର୍ଟିଫିକେଟ ର ସତ୍ୟତା କୁ ପଂଖାନୁପଂଖ ଭାବେ ଯାଂଚ କରି ଏହାକୁ ନାକଚ କରିଛନ୍ତି ।

ଏଥି ସହ ସଲଭେନସି କୁ ଆଧାର କରି ଦିଆଯାଇଥିବା ସମସ୍ତ ସରକାରୀ ସୁବିଧା କୁ ମଧ୍ୟ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଣ୍ଡର ବକ୍ସ କୁ ନିଜ ଘର କୁ ନେଇ ବିବାଦୀୟ ହୋଇ ବଦଳି ହୋଇ ଥିଲେ ତତକାଳୀନ ଜିଲ୍ଲାପାଳ ୟେଦୁଲା ବିଜୟ । ତେବେ ପୁରା ଟେଣ୍ଡର ପ୍ରକ୍ରିୟା କୁ ବାତିଲ କରିବା ସହ ସଂପୃକ୍ତ କର୍ମକର୍ତାଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ଲାଗି ଦାବି କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ଏଥି ସହ ମୋଟୁ ତହସିଲ ଅନ୍ତର୍ଗତ ପୁଶୁଗୁଡା ଠାରେ ବେଆଇନ ଭାବେ ସିଏଚ ବେଣୁଗୋପାଳଙ୍କ କମ୍ପାନୀ ମାଡି ବସି ହେକ୍ଟର ହେକ୍ଟର ଜଂଗଲ ଜମି ଓ ସରକାରୀ ଜମି ରୁ କେବେ ଖାଲି କରା ଯିବା ସେନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ।