କନକ ବ୍ୟୁରୋ : ଓଡିଶାର କେଉଁ ଅଂଚଳରେ ଆନ୍ଧ୍ର ଚଳାଇଛି ଦାଦାଗିରି । ଆପୋଷ ଆଲୋଚନା ପରେ କେଉଁ ଅଂଚଳରେ ପତାକା ମାରିଛି ଆନ୍ଧ୍ର ଓ କାହାକୁ ନିଜର ଦାବି କରିଛି । ସବୁର ନିରୀକ୍ଷଣ ପାଇଁ କୋରାପୁଟ ସୁନାବେଡାରେ ପହଚିଂଛନ୍ତି ଦକ୍ଷିଣାଚଂଳ ରାଜସ୍ୱ କମିସନର ଟି ଆଓ । ସୁନାବେଡା ଗାଁରେ କେଉଁଠି ଲାଗିଛି ଆନ୍ଧ୍ର ପତାକା ତାର ନିରୀକ୍ଷଣ କରିଛନ୍ତି ଦକ୍ଷିଣାଚଂଳ ରାଜସ୍ୱ କମିସନର । ସୀମାନ୍ତରେ ଲାଗିଥିବା ପଥର ଚିହ୍ନ ଓ ପତାକା ଦେଖି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ।
ଓଡ଼ିଶା ସୀମାରେ ଆନ୍ଧ୍ର କେତେବେଳେ ରାସ୍ତାକୁ ନେଇ ତ କେତେବେଳେ ସୀମାକୁ ନେଇ ଜମି ହଡ଼ପ ଚଳାଇଛି । କିଛି ଦିନ ଆଗରୁ କୋରାପୁଟ ଜିଲ୍ଲା ପ୍ରଶାସନ ସୀମାନ୍ତରେ ଫଳକ ଲଗାଇଥିଲା । ଆନ୍ଧ୍ର ବାସିନ୍ଦା ଏହି ଫଳକକୁ ଉପାଡି ଫିଙ୍ଗି ଦେବା ପରେ ରାସ୍ତା ଅବରୋଧ ମଧ୍ୟ କରିଥିଲେ । ଏହା ପରେ ଜମି ମାପଚୁପ କରାଯାଇଥିଲା । ସ୍ଥାନୀୟ ନେତା ଓ ଆଦିବାସୀ ରାଲି କରି ସୁନାବେଡା ଅଂଚଳରେ ଜଙ୍ଗଲ ଜମିକୁ ଅକ୍ତିଆର କରିବାକୁ ଆନ୍ଧ୍ର ଦାଦାଗିରି ଚଳାଇଛି ।