୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ସୀମା ବିବାଦ ଉପରେ ନବୀନଙ୍କ ସହ ଆଲୋଚନା କରିବେ ଜଗନ ରେଡ୍ଡୀ

Advertisment
୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ସୀମା ବିବାଦ ଉପରେ ନବୀନଙ୍କ ସହ ଆଲୋଚନା କରିବେ ଜଗନ ରେଡ୍ଡୀ

କନକ ବ୍ୟୁରୋ: ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଆଲୋଚନା କରିବେ । ବିଶେଷ କରି ସୀମା ବିବାଦ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । କୋରାପୁଟର କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଛି । ସୀମାବର୍ତୀ ଗାଁକୁ ନେଇ ଟଣାଓଟରା ଚାଲିଛି । ଏପରିକି ଆନ୍ଧ୍ର ନିଜ ଅଂଚଳ ଦାବି କରି ପଂଚାୟତ ନିର୍ବାଚନ ମଧ୍ୟ କରିିଛି । ଏହାକୁ ବିରୋଧ କରିଆସୁଛି ଓଡ଼ିଶା । ମାମଲା ମଧ୍ୟ ସୁପ୍ରିମକୋର୍ଟକୁ ଯାଇଛି । ତେବେ ଏ ନେଇ କୌଣସି ସମାଧାନର ରାସ୍ତା ବାହାରି ପାରିନି । ଅନେକ ସମୟରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲା ସୀମାନ୍ତ ଅଂଚଳକୁ ନେଇ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି । ସୀମା ବିବାଦ ତୀବ୍ର ହେଉଥିବା ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଗସ୍ତକୁ ଗୁରୁତର ସହ ନିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe