ପୁଣି ଉଗ୍ରରୂପ ନେଲା ଆନ୍ଧ୍ର-ଓଡିଶା ସୀମା ବିବାଦ : ପଟ୍ଟାଙ୍ଗିର ଜାମ୍ବୁଗୁଡାରେ ଆନ୍ଧ୍ର ଲୋକଙ୍କ ଦାଦାଗିରି-ପଥର ରଖି ମାରିଲେ ଚୂନ

84

କନକ ବ୍ୟୁରୋ : ପୁଣି ତେଜିଲା ସୀମା ବିବାଦ । କୋରାପୁଟ ଜିଲ୍ଲାର ପଟାଙ୍ଗି ତହସିଲ ଅନ୍ତର୍ଗତ ସୁନାବେଡ଼ାରେ ସୀମା ବିବାଦ ତୁଟି ନଥିବା ବେଳେ ଜାମ୍ବୁଗୁଡ଼ାରେ ସୀମା ବିବାଦ ଉଗ୍ର ରୂପ ନେଇଛି । ଜାମ୍ବୁଗୁଡ଼ା ଗାଁରେ ଲୋକଙ୍କ ଜମିରେ ଆନ୍ଧ୍ର ଲୋକମାନେ ପଥର ରଖି ଚୂନ ମାରି ଚିହ୍ନଟ କରିବାରୁ ବିବାଦ ଉଗ୍ର ରୂପ ନେଇଥିଲା ।

ପଟାଙ୍ଗି ତହସିଲଦାର ଓ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ସୀମା ବିବାଦର ସମାଧାନ ନହେଲେ ପରସ୍ଥିତି ଭୟଙ୍କର ରୂପ ନେବ ବୋଲି ଆଶଙ୍କା କରାଯାଉଛି ।