ଆଣ୍ଡାମାନ ନିକୋବରକୁ ମିଳିଲା ଡିଜିଟାଲ ସଂଯୋଗର ଉପହାର : ଦିଲ୍ଲୀରୁ ଫାଇବର କେବୁଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ; ଚେନ୍ନାଇରୁ ପୋର୍ଟବ୍ଲେୟାର ଯାଏଁ ସମୁଦ୍ର ପଥରେ ବିଛାଯିବ ଇଂଟରନେଟ ତାର

353

କନକ ବ୍ୟୁରୋ : ଆଣ୍ଡମାନ ନିକୋବରକୁ ମିଳିଲା ଇଂଟରନେଟ ସ୍ପିଡର ଉପହାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବମରିନ ଅପ୍ଟିକାଲ ଫାଇବର କେବୁଲ ବିଛାଇବା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଆଗକୁ ଆଣ୍ଡାମାନ ନିକୋବରରେ ଇଂଟରନେଟର ସ୍ପିଡ ବଢିବ । ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଣ୍ଡାମାନକୁ ଯୋଡିବା ଓ କନେକଟିଭିଟି ଯୋଗାଇବା ଦେଶର ଦାୟିତ୍ୱ । ସରକାର ଦିଲ୍ଲୀ ଓ ଦିଲ ଭିତରେ ଥିବା ଦୂରତାକୁ କମାଇବା, ଦେଶର ସମସ୍ତ ନାଗରିକଙ୍କୁ ସୁବିଧା ପହଂଚାଇବାକୁ ଉଦ୍ୟମ କରୁଛନ୍ତି । ସବମରିନ ଅପ୍ଟିକାଲ ଫାଇବର ପ୍ରକଳ୍ପ ଜରିଆରେ ଆଣ୍ଡାମାନର ଇଜ ଅଫ ଡୁଇଂ ସୁବିଧା ହେବ ଓ ଡିଜିଟାଲ ଇଣ୍ଡିଆକୁ ଲାଭ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚେନ୍ନାଇରୁ ପୋର୍ଟ ବ୍ଲେୟାର ଯାଏଁ ସମୁଦ୍ର ଭିତରେ ପ୍ରାୟ ୨୩ଶହ କୋଲିମିଟିର ସବମରିନ ଅପ୍ଟିକାଲ ଫାଇବର କେବୁଲ ବିଛା ଯାଇଛି ।

ଚେନ୍ନାଇରୁ ଫାଇବର କେବୁଲ ସ୍ୱରାଜଦ୍ୱୀପ, ଲିଟିଲ ଆଣ୍ଡାମାନ, କାର ନିକୋବର, କାମରୋତା, ଗ୍ରେଟ ନିକୋବର, ଲଙ୍ଗ ଆଇଲାଣ୍ଡ ହୋଇ ରଙ୍ଗତ ଯାଏଁ ଯାଇଛି । ଆଣ୍ଡମାନ ନିକୋବର ଟୁରିଷ୍ଟମାନଙ୍କୁ ଆକର୍ଷଣ କରୁଥିବା ବେଳେ କନେକ୍ଟିଭିଟି ବଡ ସମସ୍ୟା ରହିଥିଲା । ଏବେ ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜକୁ ୱାର୍ଲଡ ଟୁରିଜମ ଷ୍ପଟ୍ ଭାବେ ବିକଶିତ କରାଯିବା ଉପରେ ଜୋର ଦେଇଛନ୍ତି ଭାରତ ସରକାର ।