କନକ ବ୍ୟୁରୋ: ରାଜଧାନୀରୁ ମିଳିଲା କଟା ଗୋଡହାତ । ରାଜଧାନୀ ଭୁବନେଶ୍ୱରର ଖାରବେଳ ନଗର ହାଉସିଂ କର୍ପୋରେସନ କଲୋନୀ ରାସ୍ତା କଡରେ ଏହି କଟା ଗୋଡ ହାତ ପଡିଥିବା ଦେଖିବାକୁ ମିଳିଛି । ରାସ୍ତା କଡରେ ଥିବା ଅଳିଆ ଗଦାରୁ ଏହି କଟା ଗୋଡହାତକୁ ଜବତ କରାଯାଇଛି । ତେବେ ସେହି ସ୍ଥାନକୁ କଟା ଗୋଡହାତ କେଉଁଠୁ ଆସିଲା ଓ କେମିତି ଆସିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।

Advertisment

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ସେହି ପାଖରେ ଏକ ମେଡିକାଲ ଥିଲା । ଯାହାକି ଏବେ ବନ୍ଦ ହୋଇଯାଇଛି । ସେହି ହସ୍ପିଟାଲରୁ ଏହି ସ୍ଥାନକୁ ଏହି କଟା ଗୋଡ ହାତ ଆସିଥାଇ ପାରେ । ତେବେ ଏନେଇ ତଦନ୍ତ ପରେ ହିଁ ସଠିକ୍ ସୂଚନା ଦିଆଯାଇପାରିବ । ଏନେଇ ଏବେ ତଦନ୍ତ ଚାଲିଛି, ଖୁବଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି ।