କନକ ବ୍ୟୁରୋ: ରାଜଧାନୀରୁ ମିଳିଲା କଟା ଗୋଡହାତ । ରାଜଧାନୀ ଭୁବନେଶ୍ୱରର ଖାରବେଳ ନଗର ହାଉସିଂ କର୍ପୋରେସନ କଲୋନୀ ରାସ୍ତା କଡରେ ଏହି କଟା ଗୋଡ ହାତ ପଡିଥିବା ଦେଖିବାକୁ ମିଳିଛି । ରାସ୍ତା କଡରେ ଥିବା ଅଳିଆ ଗଦାରୁ ଏହି କଟା ଗୋଡହାତକୁ ଜବତ କରାଯାଇଛି । ତେବେ ସେହି ସ୍ଥାନକୁ କଟା ଗୋଡହାତ କେଉଁଠୁ ଆସିଲା ଓ କେମିତି ଆସିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।
ଭୁବନେଶ୍ୱରର ଏକ ଅଳିଆ ଗଦାରେ ପଡିଛି କଟା ଗୋଡହାତ । ଖାରବେଳନଗର ହାଉସିଂ କର୍ପୋରେସନ କଲୋନୀ ରାସ୍ତା କଡରେ ପଡିଛି କଟା ଗୋଡ ହାତ । ରାସ୍ତା କଡରେ ଥିବା ଅଳିଆ ଗଦାରୁ ଜବତ ହେଲା କଟା ଗୋଡହାତ । କେଉଁଠୁ କଟାଗୋଡ ହାତ ସେଠାକୁ ଆସିଲା ଜଣାପଡିନି । #Bhubaneswar#KanakNewspic.twitter.com/h5fiJqc2lM
— Kanak News (@kanak_news) October 14, 2021
ପୋଲିସ ଅଧିକାରୀଙ୍କ କହିବା ମୁତାବକ, ସେହି ପାଖରେ ଏକ ମେଡିକାଲ ଥିଲା । ଯାହାକି ଏବେ ବନ୍ଦ ହୋଇଯାଇଛି । ସେହି ହସ୍ପିଟାଲରୁ ଏହି ସ୍ଥାନକୁ ଏହି କଟା ଗୋଡ ହାତ ଆସିଥାଇ ପାରେ । ତେବେ ଏନେଇ ତଦନ୍ତ ପରେ ହିଁ ସଠିକ୍ ସୂଚନା ଦିଆଯାଇପାରିବ । ଏନେଇ ଏବେ ତଦନ୍ତ ଚାଲିଛି, ଖୁବଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/23-13.jpg)