ଶୋଚନୀୟ ରାସ୍ତା ଯୋଗୁଁ ଗାଁକୁ ଆସିପାରିଲାନାହିଁ ଆମ୍ବୁଲାନ୍ସ: ଷ୍ଟ୍ରେଚରରେ ୧ କିଲୋମିଟର ପର୍ଯ୍ୟନ୍ତ ବୁହାହେଲେ ରୋଗୀ

Advertisment
ଶୋଚନୀୟ ରାସ୍ତା ଯୋଗୁଁ ଗାଁକୁ ଆସିପାରିଲାନାହିଁ ଆମ୍ବୁଲାନ୍ସ: ଷ୍ଟ୍ରେଚରରେ ୧ କିଲୋମିଟର ପର୍ଯ୍ୟନ୍ତ ବୁହାହେଲେ ରୋଗୀ

କନକ ବ୍ୟୁରୋ: ଖରାପ ରାସ୍ତା ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲନ୍ସ । ୧ କିଲୋମିଟର ଷ୍ଟ୍ରେଚରେ ବୁହାହେଲେ ରୋଗୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବନ୍ତ ବ୍ଲକ ରାମପୁର କାଜିପୋଖରୀ ଗାଁରେ । ଗାଁକୁ ଭଲ ରାସ୍ତା ନଥିବାରୁ ଅଧାବାଟରେ ଅଟକି ରହିଥିଲା ଆମ୍ବୁଲାନ୍ସ । କାଦୁଅ ପଚ ପଚ ରାସ୍ତାରେ ଜଣେ ବୃଦ୍ଧା ମହିଳାଙ୍କୁ ମେଡ଼ିକାଲ ନେବା ପାଇଁ ଷ୍ଟେଚର ସହାୟତାରେ ୧୦୮ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥିଲା । ଗାଁର କନକଲତା ନାୟକଙ୍କ ଦେହ ଖରାପ ହେବାରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ପରିବାର ଲୋକ । ରାସ୍ତା ଖରାପ ଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇପାରନଥିଲା । ବାଧ୍ୟ ହୋଇ ବୃଦ୍ଧାଙ୍କୁ ମେଡ଼ିକାଲରେ ପହଂଚାଇବା ପାଇଁ ଷ୍ଟ୍ରେଚରରେ ୧ କିଲୋମିଟର ରାସ୍ତା ରୋଗୀଙ୍କୁ ବୋହିବାର ଚିତ୍ର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe