କନକ ବ୍ୟୁରୋ : ବନ୍ୟା ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଚିକିତ୍ସା ପାଇଁ ଖଟିଆରେ ବୁହାହେଲେ ରୋଗୀ । ଦେବଗଡ ପାଲଲହଡା ଗରେଶ୍ୱରପୁର ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥବାରୁ ଖଟିଆରେ ପାର ହେଲେ ରୋଗୀ । ଏହି ନାଳ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଦୀର୍ଘଦିନରୁ ଦାବି ହେଉଥିଲେ ମଧ୍ୟ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଇନାହିଁ । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗନେଶ୍ୱରପୁର ଗାଁକୁ ଯିବାକୁ ହେଲେ ପାଲଲହଡା ଟାଉନଠାରୁ ୨୪ କିଲୋମିଟର ଦୂର ସରୁଆଲି ଗାଁ ଦେଇ ଯିବାକୁ ପଡେ । ତେବେ ଏହି ଗାଁ କୁ ଯିବା ବେଳେ ୧ କିଲୋମିଟର ପୂର୍ବରୁ ପଡେ ଗାଈ ଗୋଠାନି ନାଳ । ଏହି ନାଳରେ ପାଣି ଭର୍ତି ହୋଇଥିବାରୁ ୧୭ଜଣ ବୃଦ୍ଧବୃଦ୍ଧା ଭତା ଆଣିବାକୁ ଯାଇପାରିନଥିଲେ । ଏବେ ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଖଟିଆ ସାହାଯ୍ୟରେ ନଦୀ ପାର ହେବାକୁ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/26-7.jpg)