ଡେରିରେ ପହଞ୍ଚିଲା ଆମ୍ବୁଲାନ୍ସ, ତାତିଲେ ରୋଗୀଙ୍କ ସମ୍ପର୍କୀୟ । ଭାଙ୍ଗିଲେ ହସ୍ପିଟାଲ ସାମଗ୍ରୀ ।

439

କନକ ବ୍ୟୁରୋ: ତାତିଲେ ରୋଗୀଙ୍କ ସମ୍ପର୍କୀୟ । ଭାଙ୍ଗିଲେ ହସ୍ପିଟାଲ ସାମଗ୍ରୀ । ଆମ୍ବୁଲାନ୍ସ ଡେରିରେ ପହଞ୍ଚିବାରୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଥିଲା ଅପ୍ରୀତିକର ପରିସ୍ଥିତି । ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିବାକୁ ପଛାଇନଥିଲେ । ସୂଚନା ଅନୁଯାୟୀ ତୁରିନ୍ତିରା ଅଞ୍ଚଳର ମହେନ୍ଦ୍ର ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲ ପରିସରରେ ଘଟାଇଥିଲେ ତୁମୁଳ କାଣ୍ଡ । ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।