ଅଲମ୍ପିକ୍ସ ଟିକେଟ ପାଇବା ପରେ ଓଡିଶା ଫେରିଲେ ଦୂତୀ । ମହିଳା ୧୦୦ ଓ ୨୦୦ ମିଟର ଦୌଡରେ ଯୋଗ୍ୟତା ଅର୍ଜନ ।

145

କନକ ବ୍ୟୁରୋ: ଅଲିମ୍ପିକ୍ସ ଟିକେଟ୍ ପାଇବା ପରେ ଓଡ଼ିଶା ଫେରିଛନ୍ତି ଓଡିଆ ଆଥଲେଟ୍ ଦୂତୀ ଚାନ୍ଦ । ପଟିଆଲାରେ ଅନୁଷ୍ଠିତ ନାସନାଲ ଆଥଲେଟିକ୍ ଚାମ୍ପିଅନସିପରେ ଭାଗ ନେଇ ଗତରାତିରେ ଭୁବନେଶ୍ୱରରେ ପହଂଚିଛନ୍ତି । ଆଜି କିଟ୍ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।

୧୦୦ ଓ ୨୦୦ ମିଟର ମହିଳା ବର୍ଗ ଦୌଡ଼ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ । ଅଲିମ୍ପିକ୍ସ ଯୋଗ୍ୟତାର ୧୦୦ ମିଟର ଦୌଡରେ ଦୂତୀଙ୍କ ର୍ୟାଙ୍କ ବିଶ୍ୱରେ ୪୪ ଓ ୨୦୦ ମିଟର ଦୌଡରେ ୫୧ ରହିଛି । ଏହାକୁ ଆଧାର କରି ତାଙ୍କୁ ଟୋକିଓ ଟିକେଟ ମିଳିଛି । ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ପ୍ରଥମେ ଯୋଗ୍ୟତା ଅର୍ଜନ କରି ଦେଶରେ ଚର୍ଚାକୁ ଆସିଥିଲେ ଦୂତୀ । ସେତେବେଳେ କେବଳ ହିଟସରେ ହିଁ ସୀମିତ ରହିଯାଇଥିଲେ । କିନ୍ତୁ ଏଥର ଅଧିକ ଭଲ ପ୍ରଦର୍ଶନ ସହିତ ଦୂତୀ ଅଲିମ୍ପିକରେ ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା କରାଯାଉଛି ।