ପଞ୍ଚାୟତ ଲଢ଼େଇରେ କେତେ ଟଙ୍କା ଦରକାର ହୁଏ? ମତ ଦେଲେ ସରପଞ୍ଚ ଆଶାୟୀ । ଏପଟେ ସର୍ବଦଳୀୟ ବୈଠକରେ ଖର୍ଚ୍ଚ ସୀମା ବଢ଼ାଇବାକୁ ଆସିଲା ପ୍ରସ୍ତାବ ।

231

କନକ ବ୍ୟୁରୋ: ଏଥର ବ୍ୟୟବହୁଳ ହେବ କି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ? କାରଣ ପ୍ରାର୍ଥୀଙ୍କ ଖର୍ଚ୍ଚସୀମା ବଢ଼ାଇବାକୁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଛି । ସରପଞ୍ଚଙ୍କ ପାଇଁ ସର୍ବାଧିକ ଖର୍ଚ୍ଚସୀମା ୮୦ ହଜାର ଥିବା ବେଳେ ଏହାକୁ ୨ ଲକ୍ଷ କରିବାକୁ ଦାବି ହୋଇଛି ।

  • ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ସରପଞ୍ଚ?
  • କେତେ ଟଙ୍କା ଖର୍ଚ୍ଚ କରନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀ?

୨୦୧୭ ମସିହାରେ କେତେ ଖର୍ଚ୍ଚ କରିଛନ୍ତି, ଆଉ ଏବେ ଯଦି ନିର୍ବାଚନର ସମୁଖୀନ ହେବେ, ତେବେ କେତେ ଖର୍ଚ୍ଚ କରିବାକୁ ପଡ଼ିବ, ତାହା କହିଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳର ସରପଞ୍ଚ । କେନ୍ଦ୍ରାପଡ଼ା କି ଅସ୍ତରଙ୍ଗ ହେଉ, ସୁନ୍ଦରଗଡ଼ କି ମାଲକାନଗିରି, ପ୍ରାୟ ସବୁ ଅଞ୍ଚଳରୁ ଗୋଟିଏ କଥା ଜାଣିବାକୁ ମିଳିଛି, ସରପଞ୍ଚ ନିର୍ବାଚନ ବେଶ ମହଙ୍ଗା । ଯେତିକି କୁହାଯାଏ, ତାଠାରୁ ଢ଼େର ଅଧିକ ଖର୍ଚ୍ଚ ହୁଏ ନିର୍ବାଚନରେ ।

ଫେବ୍ରୁଆରୀ ମାସରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଆଜି ହୋଇଥିବା ସର୍ବଦଳୀୟ ବୈଠକରେ ରାଜନୈତିକ ଦଳଗୁଡିକ ଅନେକ ପ୍ରସ୍ତାବ ମଧ୍ୟରୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବୃଦ୍ଧି ପ୍ରସ୍ତାବ ଚର୍ଚ୍ଚା ବଢ଼ାଇଛି । ପ୍ରମୁଖ ପ୍ରସ୍ତାବ ମଧ୍ୟରେ ରହିଛି –

  • ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ବୃଦ୍ଧି
  • ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଖର୍ଚ୍ଚ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା କରିବା
  • ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ଖର୍ଚ୍ଚ ୮୦ ହଜାରରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି
  • ଅଧିକ ୨ ଘଣ୍ଟା ଭୋଟିଂ ସମୟ ବୃଦ୍ଧି ପାଇଁ ଦାବି
  • ୱାର୍ଡସ୍ତରରେ ଭୋଟର ଲିଷ୍ଟ ପ୍ରସ୍ତୁତ
  • ମଦ ମୁକ୍ତ ନିର୍ବାଚନ ପାଇଁ ଆସିଛି ପ୍ରସ୍ତାବ

ଏପଟେ ପ୍ରସ୍ତାବଗୁଡିକ ଉପରେ ବିଚାର ବିମର୍ଶ କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ।