ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦେଖନ୍ତୁ, ଦଳରେ ସ୍ଥାନ ପାଇଲେ କେଉଁ କେଉଁ ଖେଳାଳି?
କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତଙ୍କ ନେତୃତ୍ୱରେ ବିସିସିଆଇ ଆଜି ଉଭୟ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ୧୮ ଜଣିଆ ଲେଖାଏଁ ଦଳ ଘୋଷଣା କରିଛି । ତେବେ ଉଭୟ ଦଳରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି । କୋହଲି ଏହି ସିରିଜ୍ ଖେଳିବେ କି ନାହିଁ, ସେନେଇ ହେଉଥିବା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି । ଅନ୍ୟପଟେ କିଛି ପୁରୁଣା ମୁହଁ ମଧ୍ୟ ଦଳକୁ ଫେରିଛନ୍ତି ।
ତେବେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଛି । ବିଶ୍ରାମ ହେତୁ ଦୁଇ ଦ୍ରୁତ ବୋଲରଙ୍କୁ ଦଳରୁ ବାହାରେ ରଖାଯାଇଛି । ସେହିପରି ଉପ-ଅଧିନାୟକ କେ ଏଲ ରାହୁଲ ଦ୍ୱିତୀୟ ଦିନିକିଆରୁ ଦଳ ସହ ଯୋଗ ଦେବେ ଏବଂ ଜାଡେଜା ଆହତ ଗତ କାରଣ ହେତୁ ସିରିଜରୁ ବାଦ ପଡିଛନ୍ତି ବୋଲି ବିସିସିଆଇ ଟୁଇଟ୍ କରି ସୂଚନା ଦେଇଛି । ଅନ୍ୟପଟେ ଅକ୍ଷର ପଟେଲ କେବଳ ଟି-୨୦ ସିରିଜ୍ ପାଇଁ ଉପଲବ୍ଧ ରହିବେ ବୋଲି ବିସିସିଆଇ ଟୁଇଟ୍ କରି ସୂଚନା ଦେଇଛି ।
ଦିନିକିଆ ଦଳ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟାସ ଆୟାର, ଦୀପକ ହୁଡା, ରିଷଭ ପନ୍ତ, ଦିପକ ଚହର, ସାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ୍ ଯାଦବ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାନ୍
ODI squad: Rohit Sharma (Capt), KL Rahul (vc), Ruturaj Gaikwad, Shikhar, Virat Kohli, Surya Kumar Yadav, Shreyas Iyer, Deepak Hooda, Rishabh Pant (wk), D Chahar, Shardul Thakur, Y Chahal, Kuldeep Yadav, Washington Sundar, Ravi Bishnoi, Mohd. Siraj, Prasidh Krishna, Avesh Khan
— BCCI (@BCCI) January 26, 2022
ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ଇଶାନ କିଷାନ, ବିରାଟ କୋହଲି, ଶ୍ରେୟାସ ଆୟାର, ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ, ଭେଙ୍କଟେଶ ଆୟାର, ଦୀପକ ଚହର, ସାର୍ଦ୍ଦୁଲ ଠାକୁର, ରବି ବିଷ୍ଣୋଇ, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ , ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଅଭେଶ ଖାନ, ହର୍ଷଲ ପଟେଲ
T20I squad: Rohit Sharma(Capt),KL Rahul (vc),Ishan Kishan,Virat Kohli,Shreyas Iyer,Surya Kumar Yadav, Rishabh Pant (wk),Venkatesh Iyer,Deepak Chahar, Shardul Thakur, Ravi Bishnoi,Axar Patel, Yuzvendra Chahal, Washington Sundar, Mohd. Siraj, Bhuvneshwar, Avesh Khan, Harshal Patel
— BCCI (@BCCI) January 26, 2022
ସୂଚନାଯୋଗ୍ୟ ଯେ, ଭାରତ ଓ ୱେଷ୍ଟଇଣ୍ଡିଜ୍ ଭିତରେ ଏହି ଦିନିକିଆ ସିରିଜ୍ ଫେବ୍ରୁଆରୀ ୬ ତାରିଖରୁ ଆରମ୍ଭ ହେଉଛି । ସେହିପରି ଟି-୨୦ ସିିରିଜ୍ ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେଉଛି ।