ଅଭ୍ୟାସଗତ ମଦୁଆଙ୍କ ପାଇଁ ସର୍ତ୍ତକ ବାଣୀ । କରୋନା ଟିକା ନେବା ପରେ ସର୍ବନିମ୍ନ ୪୨ ଦିନ ଛାଡିବାକୁ ପଡିବ ମଦ । ଟିକା ନେବା ପରେ ମଦ ପିଇଲେ ଶରୀରରେ ପଢିବ କୁପ୍ରଭାବ

1,193

କନକ ବ୍ୟୁରୋ : କରୋନା ଟିକାକୁ କିଛି ଦେଶ ଅନୁମତି ଦେଇଥିବା ବେଳେ କିଛି ଦେଶରେ ଟିକାକରଣ ଆରମ୍ଭ ହୋଇଯାଇଛି । ଏହି ଟିକା ନେବା ପରେ ଗତକାଲି ୨ ଜଣ ଲୋକଙ୍କ ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇଥିଲା । ହେଲେ ଏହି ଟିକା କରୋନା ସଂକ୍ରମଣ ରୋକିବାରେ କେତେ ସଫଳ ହେବ ତାହା ତ ସମୟ କହିବ । ହେଲେ ଟିକା କରଣ ପୂର୍ବରୁ ଏକ ବଡ ସଚେତନତା ବାର୍ତ୍ତା ଆସିଛି ଋଷରୁ । ଋଷିଆନ ଅଫିସିଆଲ ସାଇଟ୍ ସତ୍ତର୍କ କରିଛି କି ଟିକା ନେବାର ସର୍ବନିମ୍ନ ୨ ମାସ ପର୍ଯ୍ୟନ୍ତ ମଦ ଛାଡିବାକୁ ପଡିବ । କାରଣ କରୋନା ଟିକା ସ୍ପୁଟନିକ୍ ଭି ଶରୀରରେ ସମ୍ପୁର୍ଣ୍ଣ କାମ କରିବାକୁ ସର୍ବନିମ୍ନ ୪୨ ଦିନ ସମୟ ଲାଗିବ । ଏହି ସମୟରେ ଟିକା ନେଇଥିବା ଲୋକଙ୍କୁ ଅତ୍ୟାଧିକ ସତ୍ତର୍କତାର ଆବଶ୍ୟକତା ରହିଛି । ଏନେଇ ଋଷିଆର ଉପ-ପ୍ରଧାନମନ୍ତ୍ରୀ ଟାଟିଆନା ଗୋଲିକୋଭା ସୂଚନା ଦେଇଥିବା ନ୍ୟୁ ୟର୍କ ପୋଷ୍ଟରେ ଉଲ୍ଲେଖ ହୋଇଛି ।
ଟାଟିଆନା ନ୍ୟୁ ୟର୍କ ପୋଷ୍ଟକୁ ସୂଚନା ଦେଇ କହିଛନ୍ତି କି ଜଣେ ନାଗରିକ ଟିକା ନେବା ପରେ ଜନଗହଳି ସ୍ଥାନରୁ ଦୂରେଇ ରହିବା ଜରୁରୀ । ଏହାସହ ଆବଶ୍ୟକ ସ୍ଥଳେ ମୁହଁରେ ମାସ୍କ ଓ ସାନିଟାଇଜର ବ୍ୟବହାର ପୂର୍ବଭଳି କରିବା ଉଚିତ୍ । ଅନ୍ୟପଟେ ଟିକା ନେବାର ସର୍ବନିମ୍ନ ୨ ମାସ ଯାଏ ଆଲକହଲ ଓ ଡ୍ରଗ୍ସ ଠାରୁ ଦୂରେଇ ରହିବାର ଆବଶ୍ୟକତା ରହିଛି । ବିଶେଷ ଭାବେ ଟିକା ନେଉଥିବା ଲୋକମାନେ ଯଦି ଟିକା ନେବାର ୨ ମାସ ମଧ୍ୟରେ ଆଲକହଲ ବା ଡ୍ରଗ୍ସ ସେବନ କରନ୍ତି ତେବେ ନିଶ୍ଚିତ ଭାବେ ଟିକା ପ୍ରଭାବହୀନ ହୋଇପଡିବ କିମ୍ବା ଟିକା ନେଇଥିବା ଲୋକର ଶରୀରରେ ପାଶ୍ୱର୍ପ୍ରତିକ୍ରିୟା ଦେଖା ଦେବ ।
ଅନ୍ୟପଟେ ଋଷିଆର ଗ୍ରାହକ ସୁରକ୍ଷା ନିରୀକ୍ଷକ ରୋସପୋଟ୍ରେବଜାଡଜର ମୁଖ୍ୟ ଆନ୍ନା ପୋପାଭା ମଧ୍ୟ ଟିକାକରଣ ପରେ ଆଲକହଲ ଓ ଡ୍ରଗ୍ସ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ବିଶ୍ୱରେ ମଦପାନ କରୁଥିବା ଲୋକଙ୍କ ମଧ୍ୟରେ ଋଷିଆର ନାଗରିକ ମାନେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଜଣେ ଋଷିଆ ନାଗରିକ ବର୍ଷକୁ ସର୍ବନିମ୍ନ ୧୫.୧ ଲିଟର ଆଲକହଲ ସେବନ କରିଥାନ୍ତି । ଅନ୍ୟପଟେ ଏହି ସୂଚନା ଆସିବା ପରେ ଅଭ୍ୟାସଗତ ଆଲକହଲ ସେବନକାରୀଙ୍କ ପାଇଁ ସରକାର ଚିନ୍ତା ବଢିଛି । ଯେଉଁମାନେ ଦୈନିକ ଆଲକହଲ ସେବନ କରନ୍ତି ସେମାନେ ଟିକା ନେବା ପରେ କିଭଳି ୨ ମାସ ଯାଏ ବିନା ଆଲକହଲ ସେବନରେ ଜୀବନ ବିତାଇବେ ତାହା ଚିନ୍ତାର ବିଷୟ ।