ଡିଜିସିଏ ବୋର୍ଡର ନିୟମାବଳୀରେ ପରିବର୍ତନ: ଏଣିକି ଦିବ୍ୟାଙ୍ଗକୁ ବିମାନଯାତ୍ରା ପାଇଁ ବାରଣ କରି ପାରିବେନି ବିମାନ କମ୍ପାନୀ

94

କନକ ବ୍ୟୁରୋ: ଏଣିକି ବିମାନଯାତ୍ରା ପାଇଁ ଆସିଲା ନୂଆ ନିୟମ । ଦିବ୍ୟାଙ୍ଗଙ୍କ ପାଇଁ ଡିଜିସିଏ ବୋର୍ଡ ନିୟମରେ ସୁଧାର ଅଣାଯାଇଛି । ଡିଜିସିଏ କହିଛି ଦିବ୍ୟାଙ୍ଗଙ୍କ ଅକ୍ଷମତା ଦର୍ଶାଇ କୌଣସି ବିମାନ କମ୍ପାନୀ ସେମାନଙ୍କୁ ଯାତ୍ରା କରିବାକୁ ବାରଣ କରିପାରିବେନି । ଯଦି ବିମାନ କମ୍ପାନୀ ଭିନ୍ନକ୍ଷମ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ଥାଇ ବୋଲି ବିଚାର କରନ୍ତି ତେବେ ଏଭଳି କ୍ଷେତ୍ରରେ କମ୍ପାନୀ ଯାତ୍ରୀଙ୍କର ଡାକ୍ତରୀ ପରିକ୍ଷା କରାଇବେ ।ଡାକ୍ତରଙ୍କ ପରାର୍ମଶକ୍ରମେ ଯାତ୍ରା ପାଇଁ ଅନୁମତି ଦିଆଯିବ କି ନାହିଁ ବିଚାର କରାଯିବ । ତେବେ ବିନା କୌଣସି ଡାକ୍ତରୀପରୀକ୍ଷ।।ର କୌଣସି ବିମାନ କମ୍ପାନୀ ଯାତ୍ରା ପାଇଁ ମନା କରିପାରିବେନି । କିଛି ଦିନ ପୂର୍ବରୁ ରାଂଚି ବିମାନବନ୍ଦରରେ ଭିନ୍ନକ୍ଷମ ପିଲାଙ୍କୁ ଯାତ୍ରା କରିବାକୁ ମନା କରିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏନେଇ ତ୍ରୀବ ବିରୋଧ କରାଯିବା ସହ ଇଣ୍ଡିଗୋ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।