କନକ ବ୍ୟୁରୋ : ଆହୁରି ସଶକ୍ତ ହେବ ବାୟୁସେନା। ସାମିଲ ହେବ ଏୟାର ଡିଫେନ୍ସ ସିଷ୍ଟମ ୨ । ଖୁବ୍ ଶୀଘ୍ର ଏହାର ପରୀକ୍ଷା କରାଯିବା ପାଇଁ ନିଷ୍ପତି ହୋଇଛି । ଏହି ଏୟାର ଡିଫେନ୍ସ ସିଷ୍ଟମର ରେଞ୍ଜ ୩୦କିଲୋମିଟର ରହିଛି । ପାକିସ୍ତାନ ଓ ଚୀନ୍ ସୀମାରେ ଏହି ମିଜାଇଲ ସିଷ୍ଟମକୁ ମୁତୟନ କରାଯାଇପାରେ । ଯାହାପରେ ବେଶ ଗୁରୁତ୍ବପୂର୍ଣ୍ଣ ଏହି ଦୁଇଟଇ ସୀମାରେ ଭାରତୀୟ ସେନାର ଶକ୍ତି ବଢ଼ିବ । ସମର୨ ଏୟାର ଡିଫେନ୍ସ ସିଷ୍ଟମର ରେଞ୍ଜ ୩୦କିଲୋମିଟର ହୋଇଥିବା ବେଳେ ଏହା ଅତି ସହଜରେ ଶତ୍ରୁ ପକ୍ଷର ମିଜାଇଲକୁ ଆକାଶରେ ହିଁ ଧ୍ବସଂ କରିପାରିବ ।
ବଢ଼ିବବାୟୁସେନାରଶକ୍ତି
- ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରିପାରୁଥିବା ଡିଫେନ୍ସ ସିଷ୍ଟମ
- ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ସମର ୨’ ସିଷ୍ଟମର ରେଞ୍ଜ ୩୦କିଲୋମିଟର
- ୩୦କିଲୋମିଟର ଦୂରରୁ ଶତ୍ରୁ ମିଜାଇଲକୁ ଧ୍ବସଂ କରିପାରିବ
- ‘ସମର ୨’ରେ ଆର-୨୭ ମିଜାଇଲ ସିଷ୍ଟମ ରହିଛି
- ଡିସେମ୍ବର ସୁଦ୍ଧା ହୋଇପାରେ ଟେଷ୍ଟିଂ
- ୨୫୩ କିଜେ ଓଜନ, ୧୩.୪ ଫୁଟ ଲମ୍ବା ରହିଛି
- ୩୯କେଜି ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା
- ‘ସମର ୧’ ପୂର୍ବରୁ ବାୟୁସେନାରେ ସାମିଲ ଅଛି
- ଯାହାର ରେଞ୍ଜ ୮କିଲୋମିଟର
- ଚୀନ୍ ସୀମା ନିକଟର ଲଦାଖରେ ମୁତୟନ ଅଛି ‘ସମର ୧’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/08/52-4.jpg)