କନକ ବ୍ୟୁରୋ : କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରସ୍ତାବ ରଖିବ ଏମ୍ସ ହସ୍ପିଟାଲ । ପରୀକ୍ଷଣର ରୂପରେଖ ନେଇ ରଖିବ ପ୍ରସ୍ତାବ । ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ପାଇଁ ୨ରୁ ୫ହଜାର ଲୋକଙ୍କୁ ନିଯୁକ୍ତ କରାଯିବ । କେମିତି କାମ କରୁଛି ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ସ୍ପଷ୍ଟ ହେବ । ଗତ ସପ୍ତାହରେ କୋଭାକ୍ସିନ ଟିକାକୁ ତୃତୀୟ ପର୍ଯ୍ୟାୟ ପାଇଁ ଅନୁମତି ମିଳିଥିଲା ।

Advertisment

ପୂର୍ବରୁ ଭାରତ ବାୟୋଟେକ୍ ଓ ଆଇସିଏମଆର ମିଳିତ ଭାବେ ପ୍ରସ୍ତୁତ କରୁଥିବା କୋଭାକ୍ସିନ ଟିକାକୁ ମିଳିଛି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅନୁମତି । ଡ୍ରଗ କଂଟ୍ରୋଲ ଅଥରିଟି ଅଫ ଇଣ୍ଡିଆ ଏହି ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦେଇଥିଲେ । ଗତ ତିନି ମାସ ତଳେ ଜୁଲାଇ ମାସରେ ଭାରତ ବାୟୋଟେକ୍ ଇଣ୍ଡିଆ ଲିମିଟେଡକୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଥିଲା ।