କୃଷି ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ବିଲ । ପୂର୍ବରୁ ଏହି ବିଲ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା ।

497

କନକ ବ୍ୟୁରୋ : ୩ କୃଷି ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି । ପୂର୍ବରୁ ଏହି ବିଲ୍ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା । ବର୍ତ୍ତମାନ ଏହି ବିଲକୁ ବିରୋଧ କରି ପଞ୍ଜାବ ଓ ହରିୟାଣାରେ ଚାଷୀ ଆନ୍ଦୋଳନ ଲାଗି ରହିଛି ।
ଏହି ବିଲ୍ ବିରୋଧରେ ପଞ୍ଜାବ ଓ ହରିୟାଣାରେ ପ୍ରବଳ ଅସନ୍ତୋଷ ଦେଖାଯାଉଛି । ଏହି ବିଲକୁ ବିରୋଧ କରି ହର୍ସସିମରନ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ ଅକାଳୀ ଦଳ ମଧ୍ୟ ଏନଡିଏରୁ ବାହାରି ଯାଇଛି । ଅର୍ଥାତ ଏହି ବିଲକୁ ପଞ୍ଜାବରେ ଚାଷୀଙ୍କ ସମେତ ସରକାର ମଧ୍ୟ ବିରୋଧ କରିଛନ୍ତି ।

କୃଷି ବିଲକୁ ନେଇ ରାଜ୍ୟସଭାରେ ମଧ୍ୟ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥଲା । କୃଷି ବିଲ ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଉତ୍ତରରେ କଂଗ୍ରେସ ଓ ଆମ ଆଦମୀ ପାର୍ଟିର ସାଂସଦ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ଉପସଭାପତିଙ୍କ ଆସନ ସମ୍ମୁଖକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ । କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଥିଲେ, ରାଜ୍ୟସଭାର ସମୟକୁ ବଢାନଯାଉ । ସରକାର ରାଜ୍ୟସଭାର ସମୟକୁ ବଢାଇ ବିଲକୁ ପାସ କରିବାକୁ ଚାହିଁଛନ୍ତି । ଏହାରି ମଧ୍ୟରେ ବିରୋଧୀ ସାଂସଦ ମାଇକ ବି ଭାଙ୍ଗିଥିଲେ ।