ଭାରତ ଓ ଋଷ ମଧ୍ୟରେ ଚୁକ୍ତି ସମ୍ପର୍ଣ୍ଣ । ଭାରତରେ ତିଆରି ହେବ ଅତ୍ୟାଧୁନିକ ଏକେ-୨୦୩ ବନ୍ଧୁକ

196

କନକ ବ୍ୟୁରୋ : ଭାରତରେ ତିଆରି ହେବ ଅତ୍ୟାଧୁନିକ ଏକେ-୨୦୩ ବନ୍ଧୁକ । ଏନେଇ ଭାରତ ଓ ଋଷ ମଧ୍ୟରେ ଚୂଡାନ୍ତ ଚୁକ୍ତି ସମ୍ପନ୍ନ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମସ୍କୋ ଗସ୍ତ ଅବସରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ମସ୍କୋ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏକେ ୪୭ ସିରିଜ୍ର ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ସଂସ୍କରଣ ହେଉଛି ଏକେ ୨୦୩ । ଏବେ ଭାରତୀୟ ସେନାକୁ ଏହାର ବିପୁଳ ପରିମାଣରେ ଆବଶ୍ୟକତା ରହିଛି ।

ଏବେ ପ୍ରାୟ ୭ ଲକ୍ଷ ୭୦ ହଜାର ବନ୍ଧୁକ ଆବଶ୍ୟକ । ତେବେ ଏଥିରୁ କେବଳ ୧ ଲକ୍ଷ ବନ୍ଧୁକ ହିଁ ଋଷ ଯୋଗାଇ ପାରିବ । ବଳକା ବନ୍ଧୁକ ଭାରତରେ ତିଆରି ହେବ । ଉତର ପ୍ରଦେଶର କୋରୱା ଗୋଲାବାରୁଦ କାରଖାନାରେ ଏହି ବନ୍ଧୁକ ପ୍ରସ୍ତୁତ କରାଯିବ । ପ୍ରତି ବନ୍ଧୁକ ପିଛା ୧୧ଶହ ଡଲାର ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।