ସରଗରମ୍ ହେବ ବିଧାନସଭାର ଅପରାହ୍ଣ ଅଧିବେଶନ : ହାଜତ ମୃତ୍ୟୁ ପ୍ରସଙ୍ଗରେ ହଙ୍ଗାମା ପାଇଁ ଚେତାବନୀ ଦେଲା ବିଜେପି; ସ୍ୱର ମିଳାଇଲା କଂଗ୍ରେସ

ବିଜେଡି କହିଲା ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ; ବିରୋଧୀ ଉଠାଉଥିବା ପ୍ରସଙ୍ଗର ଦିଆଯିବ ଜବାବ

70

କନକ ବ୍ୟୁରୋ : ବିଧାନସଭାର ଅପରାହ୍ଣ ଅଧିବେଶନ ହେବ ସରଗରମ । ଏନେଇ ଚେତାବନୀ ଦେଇଛି ଭାରତୀୟ ଜନତା ପାଟି । ହାଜତ ମୃତ୍ୟୁ ପ୍ରସଙ୍ଗରେ ହଙ୍ଗାମା ପାଇଁ ଦଳ ଚେତାବନୀ ଦେଇଛିି । ବିଶେଷ କରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ସରକାରୀ ଦଳକୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି ।

କଂଗ୍ରେସ ମଧ୍ୟ ପୁରୀ ଓ ସୁନ୍ଦରଗଡ ବିରମିତ୍ରପୁରରେ ହାଜତ ମୃତ୍ୟୁ ପାଇଁ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ କରିବା ପାଇଁ କହିଛି । ଏପଟେ ଗୃହରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ବିରୋଧୀ ବାହାରେ ଉଠାଇବାକୁ ନାପସନ୍ଦ କରିଛି ବିଜେଡି । ଅମର ଶତପଥୀ କହିଛନ୍ତି ଆଇନ୍ ଅନୁଯାଇ କାର୍ଯ୍ୟାନୁଷ୍ଠାନ ହେବ, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଜବାବ ଦିଆଯିବ ।