କନକ ବ୍ୟୁରୋ : ବିଧାନସଭାର ଅପରାହ୍ଣ ଅଧିବେଶନ ହେବ ସରଗରମ । ଏନେଇ ଚେତାବନୀ ଦେଇଛି ଭାରତୀୟ ଜନତା ପାଟି । ହାଜତ ମୃତ୍ୟୁ ପ୍ରସଙ୍ଗରେ ହଙ୍ଗାମା ପାଇଁ ଦଳ ଚେତାବନୀ ଦେଇଛିି । ବିଶେଷ କରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ସରକାରୀ ଦଳକୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି ।
କଂଗ୍ରେସ ମଧ୍ୟ ପୁରୀ ଓ ସୁନ୍ଦରଗଡ ବିରମିତ୍ରପୁରରେ ହାଜତ ମୃତ୍ୟୁ ପାଇଁ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ କରିବା ପାଇଁ କହିଛି । ଏପଟେ ଗୃହରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ବିରୋଧୀ ବାହାରେ ଉଠାଇବାକୁ ନାପସନ୍ଦ କରିଛି ବିଜେଡି । ଅମର ଶତପଥୀ କହିଛନ୍ତି ଆଇନ୍ ଅନୁଯାଇ କାର୍ଯ୍ୟାନୁଷ୍ଠାନ ହେବ, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଜବାବ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/29-14.jpg)