କରୋନାରେ ବର୍ଷିୟାନ ଅଭିନେତା ଅଜିତ ଦାସଙ୍କ ପରଲୋକ । ଦୁଇ ସପ୍ତାହ ପୂର୍ବରୁ ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା : ମୁଖ୍ୟମନ୍ତ୍ରୀ କହିଲେ ଓଡିଆ ଚଳଚ୍ଚିତ୍ର ଜଗତରେ ଅଲିଭା ଛାପ ଛାଡିଯାଇଛନ୍ତି ଅଜିତ

446

କନକ ବ୍ୟୁରୋ : ବର୍ଷିଆନ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ଏଭଳି ମନ୍ତବ୍ୟ ଦେବାର ଦୁଇ ମାସ ନପୁରୁଣୁ ସତେ ଯେମିତି ଉପରୁ ଡାକରା ଆସିଗଲା । କରୋନାରେ ଆକ୍ରାନ୍ତ ହେବା ପରେ ଓଲିଉଡରେ ଏହି ବର୍ଷିଆନ ଅଭିନେତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସାଙ୍ଗରେ ପତ୍ନୀ ଡକ୍ଟର ମାୟା ଦାସ ବି ହସ୍ପିଟାଲରେ ଭର୍ତି ହୋଇଥିଲେ । କିନ୍ତୁ ୩ ଦିନ ତଳେ ପତ୍ନୀ ମାୟା ଭଲ ହୋଇ ଘରକୁ ଫେରି ଆସିଥିଲେ । କିନ୍ତୁ ଅଜିତ ଆଉ ଫେରିଲେ ନାହିଁ ।

ଆଜକୁ ୪୪ ବର୍ଷ ପୂର୍ବେ ୧୯୭୬ରେ ସିନ୍ଦୁର ବିନ୍ଦୁ ଚଳଚିତ୍ରରେ ଅଭିନୟ କରି ଓଲିଉଡ୍ରେ ପାଦ ଥାପିଥିବା ଏହି ଅଭିନେତା ୬୦ରୁ ଅଧିକ ଫିଲ୍ମରେ କାମ କରି ଓଡିଶାର ଘରେ ଘରେ ହାକିମ ବାବୁ ଭାବେ ପରିଚୟ ପାଇଛନ୍ତି ।

ଏହାପରେ ୧୯୮୫ରେ ଅଜିତ୍ ଦାସଙ୍କ ହାକିମବାବୁ ଚଳଚିତ୍ର ଓଡିଶାର ଚଳଚିତ୍ର ଜଗତକୁ ଦୋହଲାଇ ଦେଲା । ସୁପରଡୁପର ହିଟ୍ ହେବା ପରେ ଅଜିତ୍ ବାବୁ ଓଲିଉଡ୍ର ହାକିମ୍ ବନିଗଲେ । ଏବଂ ଏହି ଚଳଚିତ୍ର ପାଇଁ ଅଜିତ୍ ଦାସଙ୍କୁ ସରକରାଙ୍କ ପକ୍ଷରୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ଦିଆଯାଇଥିଲା ।

୮୦ ଦଶକରେ ଅନେକ ଗୁଡିଏ ଚଳଚିତ୍ରରେ ଅଭିନୟ କରିବା ପରେ ଏହି ବର୍ଷିଆନ ଅଭିନେତା ମଂଚନାଟକ ଆଡକୁ ମନବଳାଇଲେ । ଆଉ ଓଡିଶାର ମଂଚନାଟକ ଏକ ନୂଆ ଯୁଗରେ ପ୍ରବେଶ କଲା । ଏହାର ଛାପ ଆଜି ବି ରହିଛି ।