‘ସମ୍ବାଦ’ର ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ପରଲୋକ : ୬୨ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ବିଜୟ

Advertisment
‘ସମ୍ବାଦ’ର ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ପରଲୋକ : ୬୨ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ବିଜୟ

କନକ ବ୍ୟୁରୋ : ଓଡ଼ିଆ ସମ୍ବାଦ ପ୍ରକାଶନ ଶିଳ୍ପର ଜଣାଶୁଣା ବ୍ୟକ୍ତିତ୍ବ ତଥା ‘ସମ୍ବାଦ’ର ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କର ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ପ୍ରାୟ ଏକ ମାସ ହେବ ସେ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ  ଚିକିତ୍ସିତ ହେଉଥିଲେ। ଆଜି ସକାଳେ ହଠାତ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଡାକ୍ତରମାନଙ୍କର ବହୁ ପ୍ରଚେଷ୍ଟା ସତ୍ତ୍ବେ ତାଙ୍କର ଜୀବନ ରକ୍ଷା କରାଯାଇ ପାରି ନ ଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ପୁତ୍ର, ପୁତ୍ରବଧୂ ଓ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।publive-image

୧୯୮୪ ମସିହାରେ ଦୈନିକ ‘ସମ୍ବାଦ’ର ପ୍ରକାଶନ ଆରମ୍ଭ ହେବା ସମୟରୁ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହା ପରଠାରୁ ସେ ନିରବଚ୍ଛିନ୍ନ ଭାବରେ ‘ସମ୍ବାଦ’ ଅନୁଷ୍ଠାନର ସେବାରେ ନିଜକୁ ନିୟୋଜିତ କରିଥିଲେ। ଜଣେ ମେଳାପୀ, ପରୋପକାରୀ ଓ ସହୃଦୟ ବ୍ୟକ୍ତି ଭାବରେ ସେ ବେଶ୍ ପରିଚିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ  ୬୨ବର୍ଷ ହୋଇଥିଲା।

ଏଥିସହ ସ୍ବର୍ଗତଃ ପଟ୍ଟନାୟକ ସମାଜସେବା ଓ ଧାର୍ମିକ କ୍ଷେତ୍ରରେ ମଧ୍ୟ ବେଶ୍ ସକ୍ରିୟ ଥିଲେ। ଅଭାବ-ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବାରେ ସେ ସର୍ବଦା ସକ୍ରିୟ ରହିଥିଲେ। ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳର ବିକାଶ କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କେବଳ ସେତିକି ନୁହେଁ, ସିଆରପି ଛକରେ ଥିବା ହନୁମାନ ମନ୍ଦିର ନିର୍ମାଣରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିବା ସହ ସେ ଏହି ମନ୍ଦିରର ପରିଚାଳନା କାର୍ଯ୍ୟ ମଧ୍ୟ ତଦାରଖ କରୁଥିଲେ। ତାଙ୍କର ବିୟୋଗରେ ବିଭିନ୍ନ ପରିସରରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତଃ ପଟ୍ଟନାୟକଙ୍କ ବିୟୋଗ ‘ସମ୍ବାଦ’ ପରିବାରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe