ଗଜପତି ଜିଲ୍ଲାରେ ଗୁଲାବ ବାତ୍ୟାର ପ୍ରଭାବ । ଗତକାଲି ସଂନ୍ଧ୍ୟାରୁ ଲାଗି ରହିଛି ବର୍ଷା

163

ବାତ୍ୟା ଗୁଲାବର ପ୍ରଭାବ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଥିଲା । ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ମୋହନା ବ୍ଲକର କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି । ଯାତାୟତ ସ୍ୱାଭାବିକ ପାଇଁ ରାସ୍ତାରୁ ଗଛ ହଟାଉଛନ୍ତି ଅଗ୍ନିଶମ ବାହିନୀ । କୌଣସି ସ୍ଥାନରେ ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ଗଞ୍ଜାମ, ଗଜପତି, ରାୟଗଡାରେ ବର୍ଷା ହୋଇଛି ଭୁସ୍ଖଳନକୁ ଆଶଙ୍କାରେ କେତେକ ସ୍ଥାନରେ ଯାତାୟତକୁ ବନ୍ଦ ରଖାଯାଇଛି । ତେବେ ରାତିରେ ବର୍ଷା ଯୋଗୁଁ କିଛି ସ୍ଥାନରେ ଫ୍ଲାସଫଡ ହୋଇପାରେ । ଗୁଲାବ ପ୍ରଭାବରେ ଦକ୍ଷିଣ ଓଡିଶାର ଗଂଜାମ, ଗଜପତି, ନବରଙ୍ଗପୁର, ରାୟଗଡା ଭଳି ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ତେବେ ଲ୍ୟାଣ୍ଡଫଲ ବେଳେ ଦକ୍ଷିଣ ଜିଲ୍ଲାରେ ସେଭଳି କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ ।

ସେହିଭଳି କାଳିଜାଈ ମନ୍ଦିର ଛୁଇଁଛି ଚିଲିକା ପାଣି । ବାତ୍ୟା ଗୁଲାବ ଯୋଗୁଁ ଜୁଆର ଆସି ଚିଲିକା ମଝିରେ ଥିବା କାଳିଜାଈ ମନ୍ଦିର ବେଢ଼ାରେ ପଶିଛି । ବେଢ଼ା ଭିତରେ ଉଚ୍ଚ ଜୁଆର ଲହଡି ଭାଙ୍ଗୁଛି । ଚିଲିକା ଭିତରେ ରହିଥିଲେ ବି କାଳିଜାଇ ମନ୍ଦିର ଏକ ଟାପୁ ଉପରେ ଥିବାରୁ ମନ୍ଦିର ବେଢ଼ାକୁ ପ୍ରାୟତଃ ପାଣି ଉଠି ନଥାଏ ।