ଆଏଫଏସ ଅଫିସର ଅଭୟ ପାଠକଙ୍କ ଅମାପ ସମ୍ପତ୍ତିରୁ ସରୁନି ଆକଳନ : ଦ୍ୱିତୀୟ ଦିନରେ ବି ଭିଜିଲାନ୍ସର ରେଡ; ଘରୁ ଓ ଅଫିସରୁ ମିଳିଲା ପୁଳା ପୁଳା ଚାର୍ଟର ଫ୍ଲାଇଟ ଟିକେଟ

ମୁମ୍ବାଇରେ ଥିବା ପୁଅଙ୍କ ଘରେ ବି ଚଢାଉ

136

କନକ ବ୍ୟୁରୋ : ଆଏଫଏସ ଅଫିସର ଅଭୟ ପାଠକଙ୍କ ଅମାପ ସମ୍ପତ୍ତିରୁ ସରୁନି ଆକଳନ । ଆଜି ଦ୍ୱିତୀୟ ଦିନରେ ବି ତାଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସର ରେଡ ଚାଲିଛି । ପୁଣି ଘରୁ ଓ ଅଫିସରୁ ପୁଳା ପୁଳା ଚାର୍ଟର ଫ୍ଲାଇଟ ଟିକେଟ ମିଳିଛି । ସେପଟେ ମୁମ୍ବାଇରେ ଥିବା ପୁଅଙ୍କ ଘରେ ବି ଚଢାଉ ଚାଲିଛି । ଗତକାଲି ଓଡିଶା ସମେତ ମହାରାଷ୍ଟ୍ର ଓ ବିହାରର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲେ ଭିଜିଲାନ୍ସର ପ୍ରାୟ ଦେଢ ଶହ କର୍ମଚାରୀ । ଏହି ବରିଷ୍ଠ ଆଇଏଫଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ ସମୟରେ ଯାହା ସାମନାକୁ ଆସିଥିଲା ସେସବୁ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଥିଲା ।

ଏକାଧିକ ଦାମି ଗାଡି ସହ ଚାର୍ଟର ଫ୍ଲାଇଟ ଟିକେଟ ମିଳିଥିଲା । ଲକଡାଉନ ସମୟରେ ଅଭୟ ପାଠକ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର  କରି ଦେଶର ବିଭିନ୍ନ ସ୍ଥାନକୁ ଯାଇଥିଲେ । ଯାହା ଜଣାପଡିବା ପରେ ସ୍କାନରରେ ଥିଲେ ଏହି ବରିଷ୍ଠ ଅଧିକାରୀ । ଏପରିକି ତାଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ କୁହାଯାଇଥିଲା । ପାଠକଙ୍କ ସହ ତାଙ୍କ ପୁଅ ଆକାଶ କୁମାର ପାଠକ ମଧ୍ୟ ଚାର୍ଟର ପ୍ଲେନରେ ଯାଇଥିବା ଜଣାପଡିଛି । ଅଭୟ ପାଠକଙ୍କ ଅତି ବିଳାସ ବ୍ୟସନ ଜୀବନଯାପନ କରୁଥଲେ ।