ଅଦିନିଆ ବର୍ଷା ଉଜାଡ଼ିଦେଲା ଚାଷୀର ସୁନାର ଫସଲ : ଧାନ ପାଚିବା ଆଗରୁ ଫସଲ ନଷ୍ଟ ; ଚିନ୍ତାରେ ଚାଷୀ

101

କନକ ବ୍ୟୁରୋ : ଅଦିନିଆ ବର୍ଷା ଉଜାଡ଼ିଦେଲା ଚାଷୀର ସୁନାର ଫସଲ । ଧାନ ପାଚିବା ଆଗରୁ ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ । କେତେବେଳେ ରୋଗପୋକ ଦାଉସାଧୁଥିବା ବେଳେ ଆଉ କେତେବେଳେ ଗଜା ମରୁଡ଼ି ଆଉ ଏବେ ଅଦିନିଆ ବର୍ଷା ଯୋଗୁଁ ବିଲରେ ଅମଳ ପୁର୍ବରୁ ଧାନ ଗଛ ଶୋଇ ରହିଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀର ପରିଶ୍ରମ ଏବେ ବୃଥାରେ ଯାଉଛି । ଧାର କରଜ ସୁଝିବା ଏବଂ ନିଜର ବର୍ଷକର ଗୁଜୁରାଣ ମେଂଟାଇବାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ପତ୍ରାପାଲି ଓ ସଇଡା ଅଂଚଳର ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି ଅଦିନିଆ ବର୍ଷା ।

କେଉଁଠି ଧାନ ପଚି ଯାଉଛି ତ କେଉଁଠି ଧାନ ଗଛ ଶୋଇ ରହିଛି । କ୍ଷେତରେ ଲହଡି ମାରୁଛି ଆଣ୍ଠୁଏ ଉଚର ବର୍ଷା ପାଣି । ବର୍ତମାନ ବିଲରେ ଧାନ କ୍ଷୀର ନେଇ ପରିପକ୍ୱ ହେବାର ସମୟ । ଆଉ ଦିନ କେଇଟା ପରେ ପାଚିଲା ଧାନ ଅମଳ କରିଥାନ୍ତେ ଚାଷି । ହେଲେ ଲଗାତାର ଲଘୁଚାପ ଜନିତ ବର୍ଷା ଯୋଗୁଁ ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି ।